ବନ୍ଦେ ରାମ ରମଣୀୟ

ଅର୍ଜୁନୀ ଚରଣ ବେହେରା

ବନ୍ଦେ ରାମ ରମଣୀୟ ଶ୍ୟାମଳ ମୂରତି l
ଧନୁର୍ଦ୍ଧାରୀ ସତ୍ୟସନ୍ଧ ସୌମ୍ୟ ବୀରମୂର୍ତ୍ତି ll
ଦଶରଥଙ୍କ ତନୟ ପ୍ରଭୂ ସୀତା ପତି l
ପ୍ରାଣ ପଛେ ଯାଉ ସତ୍ୟେ ରଘୁକୁଳ ନିତି ll
ବିଷ୍ଣୁ ଅଂଶେ ଅବତରି ଥିଲ ଚାରି ଭ୍ରାତ l
ଶ୍ରୀରାମ ଲକ୍ଷ୍ମଣ ଶତ୍ରୁଘନ ଓ ଭରତ ll
ଲକ୍ଷ୍ମୀ ଅଂଶୁ ମାତା ସୀତା ଜନକନନ୍ଦିନୀ l
ପତିବ୍ରତା ଧର୍ମେ ବ୍ରତା ଫାଟିଲା ମେଦିନୀ ll
ପିତୃ ସତ୍ୟେ ଚଉଦ ବରଷ ଗଲ ବନ l
ମାତା ସୀତେ ହରିନେଲା ଲଙ୍କାର ରାବଣ ll
କପି ଭଲ୍ଲୁକ ସଙ୍ଗତେ ବାନ୍ଧିଲ ସାଗର l
ସେତୁବନ୍ଧେ ସଂସ୍ଥାପିଲ ବାବା ରାମେଶ୍ୱର ll
ସୀତାଚୋରୀ ଫଳେ ମୃତୁ ଲଭିଲା ରାବଣ l
ଶରଣ ପଶିଲେ ପ୍ରଭୁ ଭକ୍ତ ବିଭୀଷଣ ll
ସ୍ବର୍ଣ୍ଣମୟୀ ଲଙ୍କା ଗଲା ଅଧର୍ମରୁ ଜଳି l
ଧର୍ମ ସଂସ୍ଥାପିଲ ପ୍ରଭୁ ଦୈତ୍ୟଗଣ ଦଳି ll
ଜାମ୍ବବାନ,ନଳ,ନୀଳ ସୁଗ୍ରୀବ ଜଟାୟୁ l
ମହାବୀର ହନୁମାନ ବାପ ଯାର ବାୟୁ ll
କେତେଜନ୍ମ ତପକରି ହୋଇଲେ ସେବକ l
ତାଙ୍କ ପାଦେ ନମେ ମୁହିଁ ଅଜ୍ଞାନ ମୁରୁଖ ll
ଶ୍ରୀରାମ ଲକ୍ଷ୍ମଣ ଶ୍ରୀ ଭରତ ଶତ୍ରୁଘନ ll
ନମେ ତଵ ପଦେ ନମେ ଭକ୍ତ ବିଭୀଷଣ l
ରାମନାମ ସତ୍ୟ ଅଟେ ସଂସାରରେ ସାର l
ରାମ ରାମ ରାମ ସ୍ମରେ ଭବୁ ପାରି କର ll
🙏🙏🙏
ଅର୍ଜୁନୀ
——————-

ମୋ – 7693091971

Comments are closed.