ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଦାବୀ ଜୋର ଧରିବାକୁ ଲାଗିଛି। ଆଜି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ଗଣ୍ଡ ଧର୍ମେନ୍ଦ୍ରଙ୍କ ପଥ ଅନୁସରଣ କରି ଇସ୍ତଫା ଦେଇଦେବା ଉଚିତ।

ଆଜି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରଚଳନ କରିଥିବା ପାଠ୍ୟ ପୁସ୍ତକରେ ବହୁ ଭୁଲ ପରିଲକ୍ଷିତ ହୋଇଛି। ସେଥିପାଇଁ ଶ୍ରୀ ଗଣ୍ଡ ଇସ୍ତଫା ଦେବା ପାଇଁ ବିଜୁ ଜନତା ଦଳ ତରଫରୁ ଦାବୀ କରାଯାଇଛି ବୋଲି ଶ୍ରୀ ନବୀନ କହିଛନ୍ତି। ଏହା ବିରୋଧରେ ବିଜେଡି ଦୁଇ ସପ୍ତାହ ଧରି ଆନ୍ଦୋଳନ କରିବା ସହିତ ତାଙ୍କର ଇସ୍ତଫା ଦାବୀ କରିଆସିଛି।

ପୂର୍ବରୁ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦାବୀ କରିଥିଲେ। ଯାହାକୁ ନେଇ ରାଜ୍ୟ ବିଜେପିରେ ଭୂକମ୍ପନ ସୃଷ୍ଟି ହୋଇଥିଲା। ବିଭିନ୍ନ ସାଂସଦ ଏବଂ ବିଧାୟକମାନେ ନବୀନଙ୍କ ଏହି ଦାବୀକୁ ବିରୋଧ କରିଥିଲେ। ହେଲେ ଶେଷରେ ଧର୍ମେନ୍ଦ୍ର ଇସ୍ତଫା ଦେଇଥିଲେ। ବର୍ତ୍ତମାନ ନବୀନ ପଟ୍ଟନାୟକ ପୁଣି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ କରିବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

Leave A Reply

Your email address will not be published.