ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ପାଟନା ଆସିଥିବା ପୂର୍ବତନ ମନ୍ତ୍ରୀ ତଥା ଜନଶକ୍ତି ଜନତା ଦଳ (JJD) ମୁଖ୍ୟ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରି ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଛାତ୍ର ଆନ୍ଦୋଳନ ସମୟରେ ହିଂସା ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ତେଜ ପ୍ରତାପ ଯାଦବଙ୍କୁ ଗିରଫ କରିଛି।
ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଅଭିଯୋଗ କରିଛି ଯେ, ସେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ସେଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବାରେ ଭୂମିକା ଗ୍ରହଣ କରିଥିଲେ।