ରଥଯାତ୍ରା ଅଘଟଣ

0

ରଥଯାତ୍ରା ଅଘଟଣ
————————
ସାମାନ୍ୟ ବଚସାରୁ ଛୁରା ମାଡ, ଯୁବକ ଗୁରୁତର

ଆର,ଉଦୟଗିରି(ମନୋଜ ପାଢ଼ୀ) ଆର,ଉଦୟଗିରି ଗ୍ରାମରେ ବାହୁଡା ଯାତ୍ରାରେ ଘଟିଥିଲା ଅଘଟଣ । ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମର ବାହୁଡା ଯାତ୍ରାର ବିଳମ୍ବିତ ରାତିରେ ଛୁରାମାଡରେ ଯୁବକ ଗୁରୁତର ହୋଇଛି । ଆହତ ବ୍ୟକ୍ତି ଗ୍ରାମ ଅଡବା ଗ୍ରାମର ଶିବାନନ୍ଦ ବେହେଦଳେଇ ବୟସ (23) ବାହୁଡା ଯାତ୍ରା ଉପଲକ୍ଷେ ନିଜ ସମ୍ପର୍କୀୟଙ୍କ ଘରକୁ ଶିବାନନ୍ଦ ଆର,ଉଦୟଗିରି ରଥଯାତ୍ରା ଦେଖିବାକୁ ଆସିଥିଲେ । ବିଳମ୍ବିତ ରାତିରେ କୌଣସି କାରଣରୁ ଆର,ଉଦୟଗିରି କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଉତକ୍ଷିପ ହୋଇ ଗ୍ରାମ ଜଣେ ଯୁବକ ଶିବନନ୍ଦିଙ୍କୁ ଛୁରାମାଡ କରିଥିଲେ । ସେ ଗୁରୁତର ହେବରୁ ତାଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ମେଡିକାଲକୁ ଡାକ୍ତର ସ୍ଥାନାନ୍ତରିତ କରିଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ବତ୍ତମାନ ତାଙ୍କ ଅବସ୍ଥା ଶଙ୍କଟାପୁନ୍ନ ରହିଛି । ଏହି ଘଟଣାରେ ସମ୍ପୃକ୍ତ ଗ୍ରାମର କିଛି ଯୁବକଙ୍କୁ ସ୍ଥାନୀୟ ପୁଲିସ ଥାନାରେ ରଖି ପଚାରାଉଚରା କରିଥିଲେ । ଏନେଇ ଆର,ଉଦୟଗିରି ଥାନାରେ ୧୩୯/୨୬ ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି । ଏହି କେସରେ ଗ୍ରାମର ସିପୁନା ପାଇକ (22) କୁସ ସ୍ଥାନୀୟ ପାହଡରୁ ଗିରଫ କରାଯାଇଛି । ଏକ ଛୁରୀ ଜବତ କରାଯାଇଛି । ରବିବାର କୋର୍ଟ ଚାଲାଣ କରାଯିବାଛି ବୋଲି ଥାନା ଅଧିକାରୀ କଳ୍ପଲତା ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.