କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୁକନ୍ୟା ମହୋତ୍ସବ ଅନୁଷ୍ଠିତ।

ଜଗତସିଂହପୁର: କୁଜଙ୍ଗ, ୨୧/୦୯/୨୦୨୨ ଆଜି ଅପରାହ୍ନ ୪ଟାରେ ମଙ୍ଗରାଜପୁର ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ  ଅଧୀନରେ ଥିବା କୁଜଙ୍ଗ ଉପ-ମଣ୍ଡଳ ତରଫରୁ ସୁକନ୍ୟା ସମୃଦ୍ଧି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।କୁଜଙ୍ଗ ଉପମଣ୍ଡଳର ଡାକ ନିରୀକ୍ଷକ ଶ୍ରୀଯୁକ୍ତ ରଜନୀକାନ୍ତ ବାରିକ ସ୍ଵାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଲୋକସଭା ସାଂସଦ ଡକ୍ଟର କୁଳମଣି ସାମଲ,ମୁଖ୍ୟ ବକ୍ତା ଭାବେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର, ସମ୍ମାନନୀୟ ଅତିଥି ଭାବରେ କୁଜଙ୍ଗ ବ୍ଲକର ଚେୟାରମ୍ୟାନ ଶ୍ରୀମତୀ ନିନା ରାଣୀ ସାହୁ ମହୋଦୟା ଏବଂ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ରଞ୍ଜନ ପାଣି ଯୋଗଦେବା ସହିତ ମେଳାରେ ଉପସ୍ଥିତ ଥିବା ମଙ୍ଗରାଜପୁର ପଞ୍ଚାୟତର ୩୦୦ ରୁ ଅଧିକ ୱାର୍ଡମେମ୍ବର,ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି,ସ୍ୱୟଂସହାୟକ ଗୋଷ୍ଠୀର କର୍ମଚାରୀମାନଙ୍କ ସହିତ ମଙ୍ଗରାଜପୁର ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କୁ ଡାକଘରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ବିଷୟରେ କହିବା ସହିତ ସମସ୍ତ ଛୋଟ ଝିଅ ଯେଉଁମାନଙ୍କର ବୟସ ଜନ୍ମ ରୁ ୧୦ ବର୍ଷ ଭିତରେ କିପରି ସୁକନ୍ୟା ସମୃଦ୍ଧିରେ ଯୋଜନାରେ ପୋଷ୍ଟଅଫିସ ମାଧ୍ୟମରେ ଯୋଡି ହୋଇ ଭାରତ ସରକାରଙ୍କ “ବେଟି ପଢାଓ ବେଟି ବଞ୍ଚାଅ” ଅଭିଯାନକୁ ସଫଳ କରାଯାଇପାରିବା ସହିତ ଏହାର ସୁଫଳ ବିଷୟରେ ଅବଗତ କରାଇଥିଲେ।ତା ପରେ ଡାକ ଅଧିକ୍ଷକ ଶ୍ରୀଯୁକ୍ତ କର ମୁଖ୍ୟ ଅତିଥି ଡ଼କ୍ଟର ସାମଲଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସନମ୍ମାନିତ କରିଥିଲେ |

ଏହି ମହୋତ୍ସବ ଓଡିଶା ପୋଷ୍ଟାଲ ସର୍କଲରେ ବ୍ରହ୍ମପୁର, ସମ୍ବଲପୁର ଏବଂ କଟକ ଦକ୍ଷିଣ ଡାକମଣ୍ଡଳର ଜଗତସିଂହପୁରରେ ହେବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ସର୍ବାଧିକ ଆକାଉଣ୍ଟ ଖୋଲି ଥିବାରୁ ଏଠାରେ ଓଡ଼ିଶାର ପ୍ରଥମ ସୁକନ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଛି ପରେ ପରେ ଅନ୍ୟ ଦୁଇଟି ଡାକ ମଣ୍ଡଳରେ ଅନୁଷ୍ଠିତ ହେବ ତା ସହିତ ଜଗତସିଂହପୁର ଜିଲ୍ଲା ଓଡିଶା ପରିମଣ୍ଡଳରେ ସର୍ବାଧିକ ୯୦୦୦୦ ସୁକନ୍ୟା ଆକାଉଣ୍ଟ ଖୋଲି ସାରା ଓଡ଼ିଶାରେ ଖ୍ୟାତିଲାଭ ଅର୍ଜନ କରିଛି | ଏହି ମାସ ଶେଷ ସୁଦ୍ଧା କୁଜଙ୍ଗ ଉପ-ମଣ୍ଡଳ ୩୦୦୦ ଆକାଉଣ୍ଟ ଖୋଲିବା ସହ ଜଗତସିଂହପୁର ଜିଲ୍ଲାକୁ କିପରି ୧୦୦୦୦୦ ଆକାଉଣ୍ଟ କରି ଓଡିଶା ତଥା ସମଗ୍ର ଭାରତରେ ଏକନମ୍ବର ଜିଲ୍ଲା ଭାବେ ପରିଗଣିତ କରିବାକୁ ସମସ୍ତେ କିପରି ସଂକଳ୍ପ ବଦ୍ଧ ହେବା ଓ ଛୋଟ ଝିଅମାନଙ୍କୁ ଆର୍ଥିକ ସ୍ତରରେ ସୁଦୃଢ କରିବା ଓ ସେମାନଙ୍କର ବାପା ମାନଙ୍କର ବୋଝକୁ ଯେପରିକି ଉଚ୍ଚ ଅଧ୍ୟୟନ ଓ ବିବାହ କ୍ଷେତ୍ରରେ କିପରି ସହାୟକ ହେବ ସେଥିପାଇଁ ଡାକବିଭାଗ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ତା ସହିତ ପୋଷ୍ଟଅଫିସରେ ଉପଲବ୍ଧ ସମସ୍ତ ଯୋଜନା କିପରି ପ୍ରତେକ ଗାଁର କୋଣ ଅନୁକୋଣ ତଥା ଘରେ ଘରେ ପ୍ରତେକ ବ୍ୟକ୍ତିମାନଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିବା ସହିତ ଏହାର ସୁବିଧା ଯେପରି ଅତି ସହଜରେ ମିଳିପାରିବ ଏହାହିଁ ଏହି ଡାକମେଳାର ମୂଳ ଉଦେଶ୍ୟ ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କର କହିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ସାମଲ ମହୋଦୟ ନିଜ ଅଭିଭାଷଣ ମାଧ୍ୟମରେ ସଞ୍ଚୟ ଖାତା ସହିତ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲି ନିଶ୍ଚିତ ରହିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିବା ସହ ସେହି ମଙ୍ଗରାଜପୁର ସ୍କୁଲରେ ପଢିବା ସମୟର ନିଜ ଅଭିଜ୍ଞତାକୁ ସମସ୍ତଙ୍କ ସମ୍ମୁଖରେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ

Comments are closed.