ବିଜେପି ସଂସଦୀୟ ବୋର୍ଡ ପୁନର୍ଗଠନ , ବାଦ ପଡିଲେ ଅନେକ ବରିଷ୍ଠ ନେତା

ଇତି ମଧ୍ୟରେ ବିଜେପିର ସର୍ବୋଚ୍ଚ ନୀତି ନିର୍ଧାରଣ କରୁଥିବା ସଂସଦୀୟ ବୋର୍ଡକୁ ପୁନର୍ଗଠନ କରାଯାଇଛି , ଏହି ପୁନର୍ଗଠନ ପ୍ରକ୍ରିୟାରେ ବ୍ୟାପକ ଅଦଳ ବଦଳ କରାଯାଇଛି , ଏଥିରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କୁ ବାଦ ଦିଆଯାଇଛି , ସେହିଭଳି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ
ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଥିବା ବେଳେ ଏହି ଦୁଇ ବରିଷ୍ଠ ନେତାଙ୍କୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିରୁ ମଧ୍ୟ ବାଦ ଦିଆ ଯାଇଛି ।

ନବଗଠିତ ସଂସଦୀୟ ବୋର୍ଡରେ ବିଏସ ୟେଦୁରପ୍ପା , ସୁଧା ଯାଦବ , ଇକବାଲ ସିଂ ଲାଲପୁରା , ସର୍ବାନନ୍ଦ ସୋନାୱାଲ ଓ କେ ଲକ୍ଷ୍ମଣଙ୍କୁ ନୂଆକରି ସଂସଦୀୟ କମିଟିରେ ସାମିଲ କରାଯାଇଛି । ଏହି କମିଟିର ସଭ୍ୟ ଭାବରେ ସଭାପତି ଜେପି ନଡ୍ଡା , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହା , ରାଜନାଥ ସିଂ , ସର୍ବାନନ୍ଦ ସୋନାୱାଲ , କେ ଲକ୍ଷ୍ମଣ , ଇକବାଲସିଂ ଲାଲପୁରା , ସୁଧା ଯାଦବ , ସତ୍ୟନାରାୟଣ ଜଟିଆ , ବିଏଲ ସନ୍ତୋଷ ସ୍ଥାନ ପାଇଥିବା ବେଳେ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସ ୟେଦୁରପ୍ପା ଙ୍କୁ ସଂସଦୀୟ ବୋର୍ଡ଼ରେ ସ୍ଥାନ ମିଳିଛି ।

ସେହିଭଳି ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ମଧ୍ୟ ପୁନର୍ଗଠନ କରାଯାଇଛି , ସଂସଦୀୟ ବୋର୍ଡ଼ର ସଦସ୍ୟ ଥିବା ସମସ୍ତ ସଦସ୍ୟ ନିର୍ବାଚନ ସମିତିରେ ମଧ୍ୟ ସ୍ଥାନ ପାଇଛନ୍ତି , ଏମାନଙ୍କ ବ୍ୟତୀତ ଭୁପେନ୍ଦ୍ର ଯାଦବ ଓ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଅସନ୍ତୋଷ ଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ସମିତିର ସ୍ଥାନ ପାଇଛନ୍ତି ।

Comments are closed.