ଗଜପତି, -(ମନୋଜ ପାଢ଼ୀ)-କାଶୀନଗର ଓ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନେଇ ଲୋକେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲେକେ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁ ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ସହ ସ୍ବାସ୍ଥ୍ୟ ଖରାପ ହେଲେ, କିମ୍ବା ଜରୁରୀକାଳୀନ ଯାତାୟାତ ବହୁ କଷ୍ଟକର ହେଉଥିଲା। ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ଜନସାଧାରଣଙ୍କୁ ରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ଆଜି ଏହି ସବୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାହାକୁ ନେଇ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳବାସୀ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସାରସଙ୍ଗଗୁଡା ଠାରୁ କୁସୁମଗୁଡା ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଠାରୁ କୁସୁମଗୁଡ଼ା ପ୍ରାୟ ସାଢେଦୁଇ କିଲୋମିଟର ରାସ୍ତା ୨ କୋଟି ୫୨ ଲକ୍ଷ୍ୟ ଟଙ୍କାରେ ନିର୍ମାଣ କାର୍ଯ୍ୟ ର ଭିତ୍ତିଭୂମି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ, ଏହା ପରେ ଖାରଡା ପଞ୍ଚାୟତ ର ଖାରଡାସିଂ ଠାରୁ ବାବୁଲଗୁଡ଼ା ପ୍ରଜନ୍ତ ୩ କିଲୋମିଟର ରାସ୍ତା ପ୍ରାୟ ୩ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ହେବ ପକ୍କା ରାସ୍ତା । ସେଇ ଭଳି ଗୁମ୍ମା ବ୍ଲକ ର ବୁରୁଡ଼ିଂ ଠାରୁ ତାଙ୍ଗସିଂ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ୬ କୋଟି ଟଙ୍କା ରେ ନିର୍ମାଣ ହେବ, ସେଇ ଭଳି ଜଙ୍ଗଜଙ୍ଗଲ ଠାରୁ ମାରଣ୍ଡା ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା କୁ ୪ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ପକା ରାସ୍ତା ଯାହାର ଶିଳାନ୍ୟାସ କରିଛନ୍ତି ବିଧାୟକ। ତେବେ ଲୋକଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ବିଭାଗୀୟ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ ଏହି ପ୍ରକଳ୍ପ ମଞ୍ଜୁର କରି ନିଜ ପ୍ରତିଶ୍ରୁତି ପାଳନ କରିଛନ୍ତି ବିଧାୟକ। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, ବାଲା ସାୟାମା, ସରପଞ୍ଚ ଅଖିଳ ପାତ୍ର, ପ୍ରମୁଖଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.