ମୋହନା,୧୪.୭(ମନୋଜ ପାଢ଼ୀ)-: ଝଡ଼ା ଫୁଙ୍କା ନୁହେଁ, ସମୟରେ ମେଡିକାଲ୍ ଯିବାରୁ ବଞ୍ଚିଗଲା ଜୀବନ । ଏଭଳି ଅନୁଭବ ବାଣ୍ଟିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅଲିଗଣ୍ଡା ଗାଁର ଜଣେ ଶିକ୍ଷିତ ଆଦିବାସୀ ଯୁବକ । ସାପ କାମୁଡ଼ିବା ପରେ ଗ୍ରାମବାସୀ ଝଡା ଫୁଙ୍କା ଓ ଚେରମୂଳ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ସେ ତୁରନ୍ତ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ବର୍ଷା ଦିନରେ ସାପ କାମୁଡ଼ିଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଖାନା ଯିବାକୁ ସେ ସମସ୍ତଙ୍କୁ ସଚେତନ କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଅଲିଗଣ୍ଡା ଗାଁର ଶୁକଦେବ କାର୍ଜୀ ମଙ୍ଗଳବାର ସକାଳେ ଗାଁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିଲେ ।
ସେହି ସମୟରେ ବିଲ ହୁଡ଼ାରେ ଲୁଚିଥିବା ଏକ ସାପ ତାଙ୍କ ଗୋଡ଼ରେ କାମୁଡ଼ି ଦେଇଥିଲା । କାମୁଡିବା ପରେ ଗ୍ରାମବାସୀ ତାଙ୍କୁ ଝଡା ଫୁଙ୍କା ଓ ଚେରମୂଳ ଚିକିତ୍ସା କରିବାକୁ ବାଧ୍ୟ କରିଥିଲେ । ଏପରିକି କାମୁଡ଼ା ସ୍ଥାନରେ ଚେରମୂଳ ଉପଚାର କରି ଲଗାଇ ଦେଇଥିଲେ କିନ୍ତୁ ଶୁକଦେବ ସେସବୁରେ ବିଶ୍ୱାସ ନକରି ତୁରନ୍ତ ମେଡିକାଲ୍କୁ ଆସିଥିଲେ । ଡାକ୍ତରଖାନାରେ ଚିକିତ୍ସା ଫଳରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ୨୪ ଘଣ୍ଟା ଅବଜରଭେସନରେ ରଖାଯାଇଛି ।
Sign in
Sign in
Recover your password.
A password will be e-mailed to you.