ଗଜପତି,୧୨.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଐତିହାସିକ ପାରଳଳାଖେମୁଣ୍ଡି ରେଳଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ନବକଳେବରରେ ଶୋଭା ପାଉଛି. ଆଗାମୀ 17 ତାରିଖ ଦିନ ଏହି ରେଳଷ୍ଟେସନ ଉଦ୍ଘାଟନ ହେବାକୁ ଯାଉଛି । ସଫଳତାର ସହ ଏହାର ଉଦଘାଟନକୁ ନଜରରେ ରଖି ପୂର୍ବତଟ ରେଳପଥ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆରଏମ୍) ଅମିତାଭ ସିଙ୍ଘଲ ରେଳ ଷ୍ଟେସନ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି I ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଷ୍ଟେସନର ପୁନଃ ର୍ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ କେବଳ କିଛି ଶେଷ ସ୍ପର୍ଶ କାର୍ଯ୍ୟ ବାକି ରହିଛି ।
ଚଳିତ ମାସ ୧୭ ତାରିଖରେ ଏହାର ଉଦ୍ଘାଟନ ହେବାର ସମ୍ଭାବନା ଥିବାରୁ ଡିଆରଏମ୍ ଦ୍ଵିତୀୟ ଥର ପାଇଁ ଷ୍ଟେସନ ଗସ୍ତ କରି ନିର୍ମାଣ ଓ ଆନୁଷାଙ୍ଗିକ ବ୍ୟବସ୍ଥାର ସମୀକ୍ଷା ଓ ଚୂଡ଼ାନ୍ତ ତଦାରଖ କରିଥିଲେ । ଉଦ୍ଘାଟନ ପୂର୍ବରୁ କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ନ ରହିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.