ଭଦ୍ରକ: ଟ୍ରେନ୍ ଲାଇନରେ ଯାଉଥିବା ଏକ ବୁଲାଷଣ୍ଢକୁ ବଞ୍ଚାଇବା ପାଇଁ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ସମୁଖୀନ ହୋଇଛି। ଭଦ୍ରକ-ଚରମ୍ପା ୧୧୮ ନମ୍ବର ଲେବଲକ୍ରସିଂ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ ବଗି ତଳେ ଷଣ୍ଢଟି ଚାପି ହୋଇଯିବାର ତାର ମୃତ୍ୟୁ ହୋଇଛି। ମାତ୍ର ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇନାହିଁ। ସୂଚନା ଅନୁସାରେ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଆଜି ସନ୍ଧ୍ୟା ୬ଟାରେ ଭଦ୍ରକ ଓ ରାଣୀତାଲ ମଝିରେ ଥିବା ଡଗରାସାହି ଲେବଲକ୍ରସିଂ ନିକଟରେ ଟ୍ରେନ୍ର ଇଞ୍ଜିନ ପାଖାପାଖି ଡିଏଲ୍-୧ ବଗିଟି ଲାଇନଚ୍ୟୁତ ହୋଇଥିଲା। କୁହାଯାଉଛି ଯେ, ଜନଶତାଦ୍ଦୀ ଟ୍ରେନ୍ଟି ଦ୍ରୁତଗତିରେ ଥିବା ବେଳେ ଏହାର ଚାଳକ ଟ୍ରେନ୍ଲାଇନ୍ରେ ଏକ ବୁଲାଷଣ୍ଢ ଚାଲୁଥିବାର ଦେଖିଥିଲେ। ସେ ଟ୍ରେନ୍ର ଗତି କମ୍ କରିବାକୁ ଚାହିଁଥିଲେ। ଷଣ୍ଢକୁ ବଞ୍ଚାଇବା ପାଇଁ ଟ୍ରେନ୍ ଚାଳକ ଏହିଭଳି ପଦକ୍ଷେପ ନେଇଥିଲେ। ଫଳରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ମଧ୍ୟ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ତେବେ ଏହି ଅଘଟଣ ପରେ ବର୍ତ୍ତମାନ ପାଇଁ ସମସ୍ତ ପ୍ରକାରର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଥିବା ବେଳେ ଯାତ୍ରୀମାନେ ଷ୍ଟେସନରେ ଫସି ରହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.