ମୋହନା(ମନୋଜ ପାଢ଼ୀ) – : ମୋହନା ବ୍ଲକ ଅନ୍ତର୍ଗତ ଖଣି ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ପରିବେଶ ସଚେତନତା ଏକ ବୈଠକ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ (DFO) ଶ୍ରୀଯୁକ୍ତ କେ. ନାଗରାଜ ତଥା ମୋହନା ଆଞ୍ଚଳିକ ବନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ବିଶୋଇ ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟ ସଂସ୍କୃତ ଶିକ୍ଷକ ଲଳିତ ମୋହନ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଖଗେଶ୍ବର ପାତ୍ର , ମମତା ମହାଙ୍କୁଡ, ଆନନ୍ଦ ବେହେରା, ସୁଚରିତା ନାୟକ, ମାଳତୀ ମାରଣ୍ଡି, ସାଗରିକା ତ୍ରିପାଠୀ ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏକ ସଚେତନତା ରାଲି ମାଧ୍ୟମରେ ବୃକ୍ଷରୋପଣ, ବନ ସଂରକ୍ଷଣ, ପରିବେଶର ସନ୍ତୁଳନ ରକ୍ଷା, ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଏବଂ ଅଧିକରୁ ଅଧିକ ଗଛ ଲଗାଇବାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ ।
Sign in
Sign in
Recover your password.
A password will be e-mailed to you.