ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତା ଓ ଟ୍ରମ୍ପଙ୍କ ଅସ୍ତ୍ରବିରତି ଶେଷ ଘୋଷଣା ପରେ ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ

ସେନ୍ସେକ୍ସ ୧,୭୦୦ରୁ ଅଧିକ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୨୩,୯୦୦ ତଳକୁ ଖସି ଆସିଛିଛି।

0

ନୂଆଦିଲ୍ଲୀ : ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ କାରଣରୁ ଭାରତୀୟ ସେୟାର ବଜାରରେ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଦେଶ ମଧ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଘରୋଇ ସେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ହାହାକାର ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ବୟାନ ଆଜି ଭାରତୀୟ ବଜାରରେ କମ୍ପନ ସୃଷ୍ଟି କରିଛି ଏବଂ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି।

ନାଟୋ ସମ୍ମିଳନୀରେ ଟ୍ରମ୍ପ ଇରାନ ସହ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି ସମ୍ପୂର୍ଣ୍ଣ ଶେଷ ହୋଇଥିବା ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହ ଆଲୋଚନା କରିବା କେବଳ ସମୟ ନଷ୍ଟ। ଟ୍ରମ୍ପଙ୍କ ଏହି ହୁଙ୍କାର ପରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପାଲଟା ଆକ୍ରମଣ ଜାରି ରହିଛି। ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ ଇରାନର ଆକ୍ରମଣ ପରେ ଆମେରିକା ସେନା ପାଲଟା ଏୟାରଷ୍ଟ୍ରାଇକ୍ କରିଛି। ତେବେ ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଗରିବାବାଦୀ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିବା ସହ ନିଜର ସୁରକ୍ଷା ପାଇଁ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ବଜାରର ଏହି ହ୍ରାସ ଯୋଗୁଁ ନିବେଶକମାନେ ବ୍ୟାପକ କ୍ଷତି ସହିଛନ୍ତି। ମଙ୍ଗଳବାର ନିବେଶକଙ୍କ ମୋଟ ସମ୍ପତ୍ତି ୪୮୦.୨୦ ଲକ୍ଷ କୋଟି ଟଙ୍କା ଥିବାବେଳେ, ଆଜି ତାହା ୮.୫୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୭୧.୪ ଲକ୍ଷ କୋଟି ଟଙ୍କାକୁ ଚାଲିଆସିଛି। ଦ୍ୱିପ୍ରହର କାରବାରରେ ଇଣ୍ଟରଗ୍ଲୋବ ଏଭିଏସନ, HUL, ମାରୁତି ସୁଜୁକି, ITC, ଏସିଆନ ପେଣ୍ଟସ୍, ଭାରତୀ ଏୟାରଟେଲ, ବଜାଜ ଫାଇନାନ୍ସ, ରିଲାଏନ୍ସ (RIL), ଅଲ୍ଟ୍ରାଟେକ୍ ସିମେଣ୍ଟ ଏବଂ ଆକ୍ସିସ୍ ବ୍ୟାଙ୍କ ଭଳି ପ୍ରମୁଖ ସେୟାରଗୁଡ଼ିକ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ଲାଲ୍ ସଙ୍କେତରେ କାରବାର କରୁଥିଲେ।

ପଶ୍ଚିମ ଏସିଆରେ ସଙ୍କଟ ଘନେଇବା ସହ ଆମେରିକା ଟ୍ରେଜେରୀ ବିଭାଗ ଜୁଲାଇ ୭ରୁ ଇରାନ କ୍ରୁଡ୍ ଅଏଲ୍ କାରବାର ଉପରେ ଦେଇଥିବା ରିହାତି ଲାଇସେନ୍ସକୁ ରଦ୍ଦ କରିଦେଇଛି। ଫଳରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୩ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏବଂ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ରାତାରାତି ବଢ଼ି ୭୮ ଡଲାରରେ ପହଞ୍ଚିଛି।

Leave A Reply

Your email address will not be published.