ଜୀରାଙ୍ଗ ରେ ପାଳିତ ହେଲା ବନମହୋତ୍ସ ସପ୍ତାହ।

ମୋହନା,୭.୭(ମନୋଜ କୁମାର ପାଢୀ)-: ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗ ଠାରେ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ, ଭାରତ ସ୍କାଉଟ ଏବଂ ଗାଇଡ଼ ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ମାନଙ୍କ ଦ୍ୱାରା 200 ରୁ ଅଧିକ ଚାରା ବିଦ୍ୟାଳୟ ରେ ରୋପଣ କରାଯାଇଥିଲା। ଏଥି ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମାନ ସୁଗ୍ରୀବ କାର୍ଯ୍ୟଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ର ସମସ୍ତ ସହକର୍ମୀ ସହଯୋଗ କରିବା ସହ ଚାରା ରୋପଣ କରିଥିଲେ।

ଉକ୍ତ ବିଦ୍ୟାଳୟ ର ଜୁନିଅର ରେଡକ୍ରସ ଟିମ ଓ ଭାରତ ସ୍କାଉଟ ଓ ଗାଇଡ଼ ଟିମ ଭାଗ ନେବା ସହ ସମସ୍ତ ଛାତ୍ର ଛାତ୍ର ବୃକ୍ଷରୋପଣ କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ମାନେ ଯଥା ସଂଜୀବ କୁମାର ଦାସ, ଜଗନ୍ନାଥ ସାହୁ, ସନ୍ତୋଷ କୁମାର ମହାପାତ୍ର, ରାମ ଅଭିଷେକ ମିଶ୍ର, ଆଶିଷ ବିଷୋୟୀ, ବେବିନା ପରିଡା, ଶ୍ୟାମ ସୁନ୍ଦର ନାୟକ, କୁନ୍ତଳା ପୂଜାରୀ, ଟଙ୍କଧର ଗୌଡ଼, ସୁଷମା ବେହେରଦଳାଇ ପ୍ରମୁଖ ସହଯୋଗ କରିଥିଲେ।

Comments are closed.