ଅମରନାଥ ଯାତ୍ରା ଆରମ୍ଭ ;ତୀର୍ଥଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୫ ନିବେଦନ

ଜାମ୍ମୁ: ହିନ୍ଦୁ ଶ୍ରଦ୍ଧାଳୁଙ୍କର ପବିତ୍ର ଅମରନାଥ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଉଭୟ ପହଲଗାଓଁ ଓ ବାଲତାଲ ରାସ୍ତାରେ ଏହି ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୦ହଜାର ତୀର୍ଥଯାତ୍ରୀ ଏହି ଯାତ୍ରା​‌େ​‌ର ସାମିଲ ହୋଇଛନ୍ତି। ପ୍ରାକୃତିକ ଭାବେ ବରଫରେ ସୃଷ୍ଟି ହେଉଥିବା ଶିବଲିଙ୍ଗକୁ ଦର୍ଶନ ନିମନ୍ତେ ପ୍ରତିବର୍ଷ ଏହି ସମୟରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥାଏ। ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଓ ଜାମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମରନାଥ ତୀର୍ଥଯାତ୍ରୀଙ୍କୁ ୫ଟି ନିବେଦନ କରିଛନ୍ତି।

ହି ନିବେଦନଗୁଡିକ ହେଲା ତୀର୍ଥଯାତ୍ରା ମାର୍ଗକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଯାତ୍ରା ସମୟରେ ପ୍ରଶାସନର ସମସ୍ତ ନିୟମ ମାନିବା ଓ ନିଜର ସ୍ବତନ୍ତ୍ର ଦାୟିତ୍ବ ନେବା, ଯାତ୍ରୀମାନେ ସେମାନଙ୍କ ଯାତ୍ରା ଖର୍ଚ୍ଚର ୧୦% ଅର୍ଥରେ ସ୍ଥାନୀୟ ଜିନିଷ କ୍ରୟ କରିବା ଯାହା, ‘ଲୋକାଲ ଫର ଭୋକାଲ’ ଆହ୍ବାନକୁ ସଫଳ କରିବ, ଅମରନାଥ ଯାତ୍ରାର ଶେଷ ଦିନରେ ନିଜର ଭାଇ ଓ ଭଉଣୀଙ୍କୁ ଏକ ଚାରା ଉପହାର ଦେବା, ‘ମା ନାମରେ ଗଛଟିଏ’ର ଆହ୍ବାନକୁ ସଫଳ କରିବ। ପ୍ରଧାନମନ୍ତ୍ରୀଙ୍କ ଶେଷ ନିବେଦନଟି ହେଉଛି ‘ଦେଶ ପ୍ରଥମ’ ଭାବନାକୁ ନେଇ ବର୍ଷ ତମାମ ସଚ୍ଚୋଟତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା। ୫୭ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୨୮ରେ ଶେଷ ହେବ।

Comments are closed.