ଗଜପତି,୧.୭(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ଏକ ଦିବସୀୟ ଶ୍ରେଣୀ-କକ୍ଷ ଶିକ୍ଷାଦାନରେ ଶିକ୍ଷା ଗ୍ରହଣ ପ୍ରକ୍ରିୟା ନିମନ୍ତେ ଏ:ଆଇ ଉପକରଣ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମ ବିକାଶ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହେଶ ମାଡିଆଥ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର , ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ୱାଇ. କ୍ରିଷ୍ଣା ରାଓ ଏବଂ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ କହି ବିଭିନ୍ନ ଉପାଦେୟ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ବିଶିଷ୍ଟ ଏ:ଆଇ ବିଶେଷଜ୍ଞ ଶ୍ରୀ ବିନୀତ ଅଗ୍ରୱାଲ ଙ୍କ ସମେତ ଆଭେଟି ଲର୍ନିଙ୍ଗ ଆପ’ର ପ୍ରତିନିଧି ଶ୍ରୀ ଶିବ ପ୍ରସାଦ ଚୌଧୁରୀ ଏବଂ ଆଜିମ ପ୍ରେମଜୀ ଫାଉଣ୍ଡେସନ୍ର ସଦସ୍ୟ ଶ୍ରୀ ଜିତୁ ମିଶ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷକ ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନେ ଶିକ୍ଷାଦାନରେ ମୁଖ୍ୟତଃ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର , ନୂତନ ଶିକ୍ଷାଶାସ୍ତ୍ର (ପେଡାଗୋଜି), ଏନ୍ଇପି–୨୦୨୦ ଆଧାରିତ ପାଠ୍ୟ ଯୋଜନା , ଛାତ୍ର କୈନ୍ଦ୍ରିକ ଶିକ୍ଷଣ ପ୍ରଣାଳୀ , ଶ୍ରେଣୀ କକ୍ଷରେ ଆଇ:ସି:ଟି ର ପ୍ରଭାବଶାଳୀ ବ୍ୟବହାର ଏବଂ ‘ଶିକ୍ଷକ ସହାୟକ ଭାବେ ଏ:ଆଇ’ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଅବସରରେ ଜିଲ୍ଲାରେ ଚାଲୁଥିବା ‘ପ୍ରୟାସ’ କାର୍ଯ୍ୟକ୍ରମ’ର ଲକ୍ଷ୍ୟ , ସଫଳତା ଓ ତା ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋକପାତ କରା ଯାଇଥିଲା। ‘ପ୍ରୟାସ’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ’ର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଏବଂ ଡିଜିଟାଲ୍ ଶିକ୍ଷା’କୁ ସମ୍ପୂର୍ଣ୍ଣ ଭାବେ ପ୍ରୋତ୍ସାହନ ଦିଆଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ସାହୁ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୩୦୦ ଜଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।
ଶେଷରେ ଏ:ଆଇ ହେଉଛି କେବଳ ଶିକ୍ଷକ ମାନଙ୍କ ବିକଳ୍ପ ନୁହେଁ , ବରଂ ଏହା ଏକ ଶକ୍ତିଶାଳୀ ସହାୟକ ଉପକରଣ ବୋଲି ମତପ୍ରକାଶ କରାଯାଇ କାର୍ଯ୍ୟକ୍ରମ’ର ସମାପନ କରା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.