ବିଶ୍ବକର୍ମା

ସନାତନ ମହାକୁଡ଼

ବିଶ୍ୱକର୍ମା ସେ
ବିଶ୍ୱ ନିୟତା
ଗଢ଼ିଛନ୍ତି ବୃଦ୍ଧ ବେଶେ
ଅଧାଗଢା ଦିଅଁ
ଫୁଟାଇଛନ୍ତି କାରିଗରୀ ନିପୁଣତା
ପାଣ୍ଡବ ବରୁଣ କୁବେରଙ୍କ
ସ୍ୱର୍ଗତୂଲ୍ୟ ପ୍ରାସାଦ ସମୁହେ ।

ସେ ଯନ୍ତ୍ରୀ
ଗଢ଼ିଛନ୍ତି ଯନ୍ତ୍ର ପୁଷ୍ପକ ବିମାନ
ମାନିବାକୁ ହେବ
ତାଙ୍କ ସ୍ଥାପତ୍ୟର କଳା କଉଶଳ
ସ୍ୱର୍ଣ୍ଣ ଲଙ୍କା ଦ୍ଵାରକା ଇନ୍ଦ୍ରପ୍ରସ୍ଥ ଆହୁରି ଅନେକ ।

ସେ ଶିଳ୍ପୀ ଶିଳ୍ପ ଦାନବର ମହାନାୟକ
ଶକ୍ତି ଶସ୍ତ୍ର ଜ୍ଞାନର ଭଣ୍ଡାର
ଯେ ଧରାଇ ଦେଇଛନ୍ତି
ଇନ୍ଦ୍ର ହସ୍ତେ ବଜ୍ର
କୃଷ୍ଣ ହସ୍ତେ ସୁଦର୍ଶନ
ଆଉ ଶିବଙ୍କୁ ତ୍ରିଶୂଳ ।
***
ଗ୍ରାମ/ପୋ. ଅ: ଵେରୁଆଁବାରୀ
ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।
ଦୂରଭାଷ: ୯୩୩୯୬୧୦୧୬୮
ଇମେଲ୍: sanmahakud@gmail.com
www.sanatanmahakud.in

Comments are closed.