ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

ରାଇରଙ୍ଗପୁର (୨୦/୬): ମହାମହିମ ରାଷ୍ଟ୍ରପତି ଶ୍ରୀ ମତୀ ଦ୍ରୌପଦୀ ମୁର୍ମୁଂଙ୍କ ଜନ୍ମ ଦିବସରେ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଏସୋସିଏସନ ରରଫରୁ ଅଗ୍ରିମ ଶୁଭେଚ୍ଛା ପ୍ରଦାନ ଅବସରରେ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ରଙ୍କ ଅଙ୍କିତ ଚିତ୍ରକଳା ଉପହାର ପ୍ରଦାନ କରିଛନ୍ତି l ଏହି ଚିତ୍ରକଳାରେ ଶ୍ରୀ ପାତ୍ର କାନଭାସର ମଧ୍ୟସ୍ଥଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିଛବି ସହ 1925 ମସିହାରେ ଉଦ୍ଭାବନ କରିଥିବା ସାନ୍ତାଳୀ ବର୍ଣ୍ଣମାଳା (ଅଳଚିକି)କୁ ବାମ, ଦକ୍ଷିଣ ଓ ତଳ ପାର୍ଶ୍ୱରେ ଆଙ୍କିଛନ୍ତି l ପଣ୍ଡିତ ମୁର୍ମୁଙ୍କ ରଚିତ ପୁସ୍ତକ ବିଦୁଚନ୍ଦନ, ଖେରୱlଳ ବୀର, ଦାଳେ ଗେ ଧନ, ସିଦୁ କାନହୁ ସାନ୍ତାଳ ହୁଲ, ଞ୍ଜେଲ ଜଂଗ ଲାଗିଦ ଅଲ, ଅଲ ଚେମେଦ ପ୍ରଭୃତି ପୁସ୍ତକର ନାମ ଉଲ୍ଲେଖ କରିଛନ୍ତି l ପଣ୍ଡିତ ମୁର୍ମୁ 1964 ମସିହାରେ ଆସେକା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ l ଆସେକାର କିଛି ସଦସ୍ୟଙ୍କ ସହ ଓଡିଶା, ବିହାର, ପଶ୍ଚିମ ବଙ୍ଗରେ ଭ୍ରମଣ କରି ସଭା କରି ଜନସାଧାରଣଙ୍କୁ ଲିପି ର ଆବଶ୍ୟକ ତାକୁ ଅଙ୍କନ, ଭାଷଣ ଓ ଗୀତ ମାଧ୍ୟମ ରେ ବୁଝାଇ ଥିଲେ l ସଭାମାନଙ୍କରେ ଗାନ କରାଯାଇଥିବା ଗୀତ (ଲlକଚର ସେରେଞ୍ଜ )କୁ ମଧ୍ୟ କ୍ୟାନଭାସ ର ଉପରଭାଗରେ ଅଲଚିକି ଲିପିରେ ସ୍ଥାନ ଦିଆଯାଇଛି, l ଏହି ଚିତ୍ରକଳା ମାଧ୍ୟମରେ ପଣ୍ଡିତ ମୁର୍ମୁଙ୍କ ବିଷୟରେ ବହୁତଥ୍ୟ ଜାଣିହେବ l ଜନ୍ମଦିନର ଅଗ୍ରିମ ଶୁଭେଚ୍ଛା ଜଣାଇବା ପାଇଁ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଆସୋସିଏସନର ସମ୍ପାଦକ ଅର୍ଜୁନ ମାର୍ଣ୍ଡି,ସଭାପତି ସରୋଜ କୁମାର ସରେନ, କୋଷାଧକ୍ଷ ହାଜlମ ବାସ୍କେ, ଦ୍ଵିଜପଦ ହାଁସଦା, ପଦ୍ମଶ୍ରୀ ଦମୟନ୍ତୀ ବେସରା, ପୁର୍ଣଚନ୍ଦ୍ର ହେମ୍ବ୍ରମ, ଫୁଲମଣୀ ହେମ୍ବ୍ରମ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଅଗ୍ରିମ ଶୁଭେଚ୍ଛା ପ୍ରଦାନ କରିଥିଲେ l
ରାଉରକେଲାର ସାନ୍ତାଳୀ କବି, ଲେଖକ, ଅନୁବାଦକ ଓ ଚିତ୍ରାଶିଳ୍ପୀ
ଶ୍ରୀ ରମେଶ ଚନ୍ଦ୍ର ପାତ୍ର 9 ଜୁଲାଇ 1958 ମସିହାରେ ମୟୁରଭଞ୍ଜ ଜିଲ୍ଲାର ବାହାଲଦାରୋଡ଼ ନିକଟସ୍ଥ ହେଁସଡା (ତାରଣା) ଗ୍ରାମରେ ଜନ୍ମିଥିଲେ l 1978 ମସିହାରୁ ସାନ୍ତାଳୀ ଭାଷାରେ ଲେଖିବାକୁ ଆରମ୍ଭ କରିଥିଲେ l 2006 ମସିହାରେ ଦୈନିକ ସମ୍ବାଦ ଖବରକାଗଜ ରେ ” ସମ୍ବାଦ ତାରାସ” ଅଲଚିକିରେ ସମ୍ପାଦନ କରି ଇତିହାସ ସୃଷ୍ଟି କରିଥିଲେ l ନିଜସ୍ୱ ସମ୍ପାଦନାରେ ଅଲଚିକି ଲିପିରେ “‘ ସାରଥି ” ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି l ରାଞ୍ଚିରୁ ପ୍ରକାଶିତ ” ଆଖଳା ” ପତ୍ରିକାରେ ସାନ୍ତାଳୀ ବିଭାଗର ସମ୍ପାଦନା କରିଛନ୍ତି l ତାଙ୍କର ପ୍ରଥମ ପୁସ୍ତକ ” ଅଲଚିକିର ଜନ୍ମଦାତା ” ( ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ 2005 ମସିହାରେ ପ୍ରକାଶିତ ହୋଇଛି l ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଥମ ସାନ୍ତାଳୀ ପୁସ୍ତକ ଶ୍ରୀ ଯଦୁମଣି ବେଶ୍ରାଙ୍କର “ଭାବନା ” ର ଓଡ଼ିଆ ଅନୁବାଦ 2021 ମସିହାରେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଶ୍ରୀ ଗୌରହରି ଦାସଙ୍କ ନିଜ ସଂଗେ ନିଜର ଲଢେଇର ସାନ୍ତାଳୀ ଅନୁବାଦ 2023 ରେ ପ୍ରକାଶିତ l ଏବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାନ୍ତାଳୀ ନାଟକ ବିଦୂଚାନ୍ଦାନ ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆରେ ପ୍ରକାଶ ପାଇବ l ଶ୍ରୀ ପାତ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ଚାରିଟି ନାଟକ ଓ ଦୁଇଟି କାବ୍ୟକୁ ସାନ୍ତାଳୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି l ଦେଢଶହରୁ ଉର୍ଦ୍ଧ୍ୱ ସାନ୍ତାଳୀ କବିତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି l ବହୁ ଓଡ଼ିଆ କବିତା ଓ ଗଳ୍ପକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଛନ୍ତି l ତାଙ୍କର ବହୁତ ଓଡ଼ିଆ ଓ ସାନ୍ତାଳୀ ମୌଳିକ ରଚନା ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପ୍ରକାଶିତ ହେଉଛି l
. ମହାନ ଚିତ୍ରାଶିଳ୍ପୀ ଜସପାଲ ସିଂଙ୍କ ନିକଟରୁ 1979 ମସିହାରେ ଚିତ୍ରକଳା ଶିକ୍ଷା ଗ୍ରହଣ କରି 1990 ମସିହାରେ କଲକାତାର ଏକାଡେମୀ ଅଫ ଫାଇନ ଆର୍ଟସ ରେ ପ୍ରଥମ ଏକକ କଳା ପ୍ରଦର୍ଶନୀ, 1991 ମସିହାରେ ରାଉରକେଲା ସାରନଗରୀ ରେ ଦ୍ଵିତୀୟ ଓ 2004 ମସିହା ରେ ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ରେ ତୃତୀୟ ଏକକ ପ୍ରଦର୍ଶନୀ ସହ ବିଭିନ୍ନ କଳା ପ୍ରଦର୍ଶନୀ ଓ ଶିଳ୍ପୀ ଶିବିରରେ ଅଂଶଗ୍ରହଣ କରି ପ୍ରଶଂଶିତ ହୋଇଛନ୍ତି l ସାହିତ୍ୟ ଓ ଚିତ୍ରକଳା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି l ରାଉରକେଲା ଆର୍ଟ ସୋସାଇଟିର ସଭାପତି, ଜସପାଲ ସ୍ମୃତି ଚିତ୍ରାଳୟର ଅଧ୍ୟକ୍ଷ ଦାୟିତ୍ୱ ସହ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଅଛନ୍ତି l

Comments are closed.