ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ

0

ଭୁବନେଶ୍ବର : ବିଜେପି ରାଜ୍ୟରେ ଶାସନ ଭାର ନେବାଠାରୁ କୌଣସି ନେତା ବା ପ୍ରତିନିଧି ବିଜେପି ଛାଡି ବିଜେଡିରେ ମିଶିବାର ଦୃଷ୍ଟାନ୍ତ ନ ଥିଲା। ହେଲେ ପ୍ରଥମ ଥର ପାଇଁ ବିଜେପି ଛାଡି ବିଜେଡିରେ ମିଶିଛନ୍ତି ବୁଗୁଡା ବ୍ଲକ ଅଧ୍ୟକ୍ଷା। ସେ ହେଉଛନ୍ତି କେ ପ୍ରିୟଦର୍ଶନୀ ଆଚାରୀ। ସେ ପ୍ରଥମରୁ ବିଜେଡିରେ ଥିଲେ। ହେଲେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଠିକ ଦୁଇ ବର୍ଷ ପରେ ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି।

ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ନୀଳମାଧବ ଆଚାରୀ, ତିନିଜଣ ସମିତି ସଭ୍ୟ ସହ ଶତାଧିକ କର୍ମି ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ବିଜେଡି ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ।

ମିଶ୍ରଣ ପରେ ଅଧ୍ୟକ୍ଷା ଆଚାରୀ କହିଛନ୍ତି ଯେ, ମୁଁ ବ୍ଲକର ଉନ୍ନତି ପାଇଁ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲି। ହେଲେ ଦୁଇ ବର୍ଷ ମଧ୍ୟରେ ବ୍ଲକର କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କୌଣସି ଉନ୍ନୟନ କାର୍ଯ୍ୟ କରେଇ ଦେଲେ ନାହିଁ। ଏପରିକି ବିଜେପି ଗୁଣ୍ଡା ପଠାଇ ଆମ ବ୍ୟବସାୟ ଉପରେ ଆକ୍ରମଣ କଲେ। ଏସବୁ ଦେଖି ମୁଁ ପୁଣି ବିଜେଡି ଫେରିଆସିଲି ବୋଲି ସେ କହିଛନ୍ତି।

Leave A Reply

Your email address will not be published.