ଗଜପତି,୧୯.୬-:ଗଜପତି ଜିଲ୍ଲା ସରପଞ୍ଚ ସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲାର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଦୁର୍ବ୍ଯବହାର ଏବଂ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରପଞ୍ଚ ସଂଘର ଆହ୍ୱାନକ୍ରମେ ଆୟୋଜିତ ଏହି ବିକ୍ଷୋଭରେ ଗଜପତି ଜିଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ସାମିଲ ହୋଇଥିଲେ। ଗଜପତି ଜିଲା ସରପଞ୍ଚ ସଂଘ ସଭାପତି ସଂଘମିତ୍ରା ଶବରଙ୍କ ନେତୃତ୍ବରେ ସରପଞ୍ଚମାନେ ଏକତ୍ରିତ ହୋଇ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲାର ୧୪୯ ପଞ୍ଚାୟତର ସରପଞ୍ଚମାନେ ଅସହଯୋଗ କରିବେ ବୋଲି ଗଜପତି ସରପଞ୍ଚ ସଂଘ ଚେତାବନୀ ଦେଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.