ଗଜପତି 19/6:ଜାମ୍ମୁରେ କାର୍ଯ୍ୟରତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମର ଜଣେ ଜବାନ ସହୀଦ ହୋଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଜବାନଙ୍କ ଅନ୍ତେଷ୍ଟିକ୍ରିୟା ସମାପନ ହୋଇଛି. ସୂଚନାରୁ ପ୍ରକାଶଯେ, ଗଜପତି ଜିଲ୍ଲାର ତାଟିପାଟି ଗ୍ରାମର ସହୀଦ ଜବାନ ବିଏମପି ବାନ୍ଦରା ଦେବେନ୍ଦ୍ର ରାଓ 16 ରାଷ୍ଟ୍ରୀୟ ରାଇଫଲରେ ନାଏକ ପଦବୀରେ ଅଧିଷ୍ଠିତ ଥିଲେ । ଜମ୍ମୁର ସୁରାନକୋଟ ଠାରେ ଥିବା ସେନା ମୁଖ୍ୟାଳୟରେ ନିୟୋଜିତ ରହିଥିଲେ । ଗୁରୁବାର ରାତ୍ର ସେ ନିଜ ଡ୍ୟୁଟିରେ ରହିଥିବା ବେଳେ ବଡିଭୋର୍ ସମୟରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଯାହାକି ସେଠାରେ ନିୟୋଜିତ ସେନା ଅଧିକାରୀମାନେ ମୃତଦେହକୁ ଉଦ୍ଧାର କରି ମୃତଦେହକୁ ଆଇନଗତ ଔପଚାରିକତା ଏବଂ ବ୍ୟବଚ୍ଛେଦ ପ୍ରକ୍ରିୟା ପାଇଁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।
ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ତାଙ୍କ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ସକାଳୁ ସକାଳୁ ଦେବେନ୍ଦ୍ର ରାଓଙ୍କ ମୃତ ଶରୀରକୁ ସାଥି 16 ରାଷ୍ଟ୍ରୀୟ ରାଇଫଲର ଜବାନମାନେ ଧରି ପହଞ୍ଚିଥିଲେ । ତାଙ୍କ ମୃତ ଶରୀର ଅଣାଯିବା ବେଳେ ଗ୍ରାମ ଠାରୁ ପାଞ୍ଚକିମି ଦୂରତାରେ ଥିବା ଗୋଷାଣି ଗ୍ରାମ ଛକ ଠାରୁ ଗ୍ରାମବାସୀମାନେ ଏକ ବିରାଟ ପଟୁଆରରେ ସମ୍ମାନର ସହ ଗ୍ରାମକୁ ପାଛୋଟି ଆଣିଥିଲେ । ସହୀଦ ଜବାନଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ତାଟିପାଟି ଗ୍ରାମ ଜନସମୂଦ୍ର ପାଲଟିଯାଇଥିଲା । ଏହି ଗ୍ରାମାଞ୍ଚଳର ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମେତ ପୂର୍ବତନ ସେନା କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଶେଷରେ ସେନା ପକ୍ଷରୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇ ଅନ୍ତେଷ୍ଟ୍ରିକ୍ରିୟା ହୋଇଥିଲା । ସହୀଦ ଜବାନଙ୍କୁ ତାଙ୍କ ବଡ ଭାଇ ମୁଖାଗ୍ନି ଦେଇଥିଲେ । ସହୀଦ ଜବାନ ଦେବେନ୍ଦ୍ର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଦୁଇଟି କୁନି କୁନି ଶିଶୁ କନ୍ୟା ଓ ଧର୍ମପତ୍ନୀ ରହିଛନ୍ତି । ଅନ୍ୟପକ୍ଷରେ ଏହି ସହୀଦ ଜବାନଙ୍କ ଅନ୍ତେଷ୍ଟିକ୍ରିୟାରେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସନର ଉପସ୍ଥିତି ଦେଖିବାକୁ ମିଳିନଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed.