କଲକାତା(୨୦ /୬): ଉତ୍କଳ ଶିକ୍ଷା ସଂସଦର ଆଜୀବନ ସଦସ୍ୟ ଏବଂ କାର୍ଯ୍ୟକାରିଣୀ କମିଟିର ବହୁ ବର୍ଷର ସକ୍ରିୟ ସଦସ୍ୟ ଶ୍ରୀ ଶଶଧର ବାରିକ (୭୦)ଙ୍କର ଗତ ୧୮ ଜୁନ ୨୦୨୬ (ଗୁରୁବାର) ସକାଳ ୯ଟାରେ ଭୁବନେଶ୍ୱରସ୍ଥିତ ସୋମ୍ ହସ୍ପିଟାଲରେ ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲାର ବ୍ରାହ୍ମଣୀପାଳ ଗ୍ରାମର ନିବାସୀ ଥିଲେ।
ଶ୍ରୀ ବାରିକ ଉତ୍କଳ ଶିକ୍ଷା ସଂସଦ ସହ ଦୀର୍ଘ ସମୟ ଧରି ଜଡିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ଓ ଶିକ୍ଷାମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନିଭାଇଥିଲେ। ତାଙ୍କର ଅକାଳ ବିୟୋଗ ସଂସଦ ତଥା ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଂସଦ ପକ୍ଷରୁ କୁହାଯାଇଛି।
ଉତ୍କଳ ଶିକ୍ଷା ସଂସଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି। ତାଙ୍କର ସାମାଜିକ ଓ ଶିକ୍ଷା ସେବା ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ରିପୋର୍ଟ-ସନାତନ ମହାକୁଡ଼ ।
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.