ରାୟଗଡ଼ (ଭି ଗୌରୀଶଙ୍କର ରାଓ) ତା ୧୯.୬.୨୦୨୬: ରାୟଗଡ଼ ବ୍ଲକ ଅନ୍ତର୍ଗତ ହାଟ ଶେଷଖାଲ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ଅଭ୍ୟାସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସଡମା ଭୁବନେଶ୍ୱରରୁ ରାଜ୍ୟ ନିରୀକ୍ଷକ ଭାବେ ସୁଶ୍ରୀ ଅସ୍ମିତା ଦେବୀ , ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଷ ରଞ୍ଜନ ଜେନା, ବିପର୍ଯ୍ୟୟ ପ୍ରଶମନ ବିଭାଗ ଡେପୁଟି କଲେକ୍ଟର କଳିଙ୍ଗ ପୂଜାରୀ, ଏବିଡିଓ କାଳୁ ଚରଣ ନାୟକ, ଜିଲ୍ଲା ନିରୀକ୍ଷକ ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ ସିଡ଼ିପିଓ ପାନମଣି ହାଁସଦା, ବାତ୍ୟା ଆଶ୍ରୟ ସ୍ଥଳୀ ସମ୍ପାଦକ ସୁଧୀର କୁମାର ଚୌଧୁରୀ ଓ କର୍ମକର୍ତ୍ତା , ବିଭିନ୍ନ ବିଭାଗୀୟ ଅଧିକାରୀ, କେରେଡା ଓ ହାଟ ଶେଷଖାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ମନୋଜ କୁମାର ଜୀଲାକାରା, ଗ୍ରାମବାସୀ, ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।



ଅଗ୍ନିଶମ ବିଭାଗ ତରଫରୁ କର୍ମକର୍ତ୍ତା ଯୋଗଦେଇ ଆଶ୍ରୟସ୍ଥଳୀରେ ଉପଲବ୍ଧ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାରିତା ଯାଞ୍ଚ କରିବା ସହ ସେଗୁଡ଼ିକର ବ୍ୟବାହାରିତା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ । ଆପଦ ମହିଳା, ଶିଶୁ, ଦିବ୍ୟାଙ୍ଗ, ବୟସ୍କ ବ୍ୟକ୍ତିଙ୍କ ପ୍ରତି ଯତ୍ନ ବିଷୟରେ ଆଲୋଚନା କରାଯାଇଥିଲା । ରାଜ୍ୟ ନିରୀକ୍ଷକ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ବର୍ଷା ଦିନରେ ସ୍ଥାନୀୟ ନାଗାବଳୀର ଦୁଃଖ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ।


Comments are closed.