ନୂଆଦିଲ୍ଲୀ :ରିଲାଏନ୍ସ ଜିଓ ଗ୍ରାହକ ଏବଂ ନିବେଶକଙ୍କ ପାଇଁ ବଡ଼ ଖବର। ଜିଓର ଆଇପିଓ ଆଣିବା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୯ତମ ବାର୍ଷିକ ସାଧାରଣ ସଭା (AGM)ରେ ସେ ଏହି ସୂଚନା ଦେଇଛନ୍ତି। ଆଜି ହିଁ ବଜାର ନିୟାମକ ସେବି ପାଖରେ ଏଥିପାଇଁ ଡ୍ରାଫ୍ଟ ପେପର ଦାଖଲ କରାଯିବ।
ଏହା ଭାରତୀୟ ସେୟାର ବଜାର ଇତିହାସର ସବୁଠାରୁ ବଡ଼ ଆଇପିଓ ହେବାକୁ ଯାଉଛି। ଗତ ବର୍ଷ ଅମ୍ବାନୀ କହିଥିଲେ ଯେ ୨୦୨୬ ପ୍ରଥମାର୍ଦ୍ଧରେ ଜିଓର ଲିଷ୍ଟିଂ ହେବ। ଆଜିର ଘୋଷଣା ପରେ ଏହି ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ନିଜ ଆଇପିଓ ପାଇଁ ଆବେଦନ କରିବାର ଠିକ୍ ଦିନକ ପରେ ଜିଓ ଏହି ବଡ଼ ପଦକ୍ଷେପ ନେଇଛି।
ଏହି ସଫଳତାକୁ ମୁକେଶ ଅମ୍ବାନୀ ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି। ସେୟାରଧାରୀଙ୍କ ବିଶ୍ୱାସ ଯୋଗୁଁ ରିଲାଏନ୍ସ ଆଜି ଏହି ସ୍ଥାନରେ ପହଞ୍ଚିଛି। ଏହି ମେଗା ଆଇପିଓ ପ୍ରକ୍ରିୟାର ନେତୃତ୍ୱ ନେଉଛନ୍ତି ଅମ୍ବାନୀଙ୍କ ପରବର୍ତ୍ତୀ ପିଢ଼ି। ଇଶା, ଆକାଶ ଏବଂ ଅନନ୍ତ ଅମ୍ବାନୀ ଏହି ପୂରା ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି।
Comments are closed.