ଚାମେଲି ବିବାଦ: ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ବିଡିଓ
ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ ମାମଲାରେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ ମାମଲାରେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଛନ୍ତି। ବିଡିଓ କହିଛନ୍ତି, ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ। ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ।
ବିନା ଅନୁମତିରେ କିଛି ଲୋକ ମୋ ଚାମ୍ୱର ଭିତରେ ପଶିଥିଲେ। ମୋ ଚାମ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ହେଲା। ଶେଷରେ ପୋଲିସ୍ ରେ ଅଭିଯୋଗ କରିବାକୁ ବାଧ୍ୟ ହେଲି। ତୁରନ୍ତ ସମସ୍ୟା ସମାଧାନ ହେଉ, ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେଉ ବୋଲି କହିଛନ୍ତି ବିଡିଓ।
Comments are closed.