ନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି ।

ଗଜପତି :ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରାଜଦାଣ୍ଡର 10 ଗୋଟି ବାସଗୃହରୁ ୱାଟର ମିଟର ଚୋରି ହୋଇଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତେକ ହିତାଧିକାରୀଙ୍କ ବାସଗୃହରେ କେତେ ପରିମାଣରେ ପାଣି ବିନିଯୋଗ ହେଉଛି ତାହା ଜାଣିବା ସହ ଏଥିପାଇଁ ଆବଶ୍ୟକ ଟିକସ ଆଦାୟ ପାଇଁ ୱାଟର ମିଟର ଖଞ୍ଜା ଯାଇଛି. ଏହି ମିଟର ଗୁଡିକ ଗତ କିଛି ମାସ ହେଲା ଚୋରି ହେଉଥିବା ଅଭିଯୋଗ ରହି ଆସିଛି. ପାରଳା ସହରର ପ୍ୟାଲେସ ଷ୍ଟ୍ରିଟ (ରାଜଦାଣ୍ଡ)ର 10 ଜଣ ହିତାଧିକାରୀଙ୍କ ବାସଗୃହରୁ ଗତକାଲି ରାତ୍ରରେ ଏକକାଳୀନ 10 ଗୋଟି ୱାଟର ମିଟର ଚୋରି ହୋଇଯାଇଛି. ଏଇ ମିଟର ଗୁଡିକର ଚାହିଦା ପଡୋଶୀ ଆନ୍ଧ୍ରପ୍ରଦେଶରେ ରହିଥିବା ଯୋଗୁଁ କୌଣସି ଏକ ନିର୍ଦ୍ଧିଷ୍ଟ ଚୋର ଦଳ ଏହି ମିଟର ଗୁଡିକୁ ଚୋରାଇ ନେଉଥିବା ଅଭିଯୋଗ ହୋଇଛି. ଖବର ଲେଖିବା ସୁଦ୍ଧା ପାରଳାଖେମୁଣ୍ଡି ଥାନାରେ ମିଟର ଚୋରି ନେଇ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି।

Comments are closed.