ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ବିରୋଧୀ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଏବଂ ତୈଳ ପରିବହନକାରୀ ହର୍ମୁଜ ପ୍ରଣାଳୀ ଗୁରୁତର ପ୍ରଭାବିତ ହେବା କାରଣରୁ ବିଶ୍ବବ୍ୟାପୀ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ବଢ଼ୁଥିବା ଇନ୍ଧନ ଓ ତୈଳ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା(ପିଏମ୍ଇୱାଇ)ରେ ରିଆତିଯୁକ୍ତ ଏଲ୍ପିଜି ରିଫିଲ ଗ୍ୟାସ୍ ସିଲିଣ୍ଡର କୋଟା ବ୍ୟବସ୍ଥାକୁ ହ୍ରାସ କରିଛନ୍ତି। ପୂର୍ବରୁ ବର୍ଷକୁ ଏହି ଯୋଜନାରେ ୯ଟି ଗ୍ୟାସ୍ ସିଲିଣ୍ଡର ଦିଆଯାଉଥିବାବେଳେ ଏହାକୁ ଏବେ ୪ଟିକୁ କମାଇ ଦିଆଯାଇଛି। ୨୦୧୬ରୁ ଆରମ୍ଭ ହୋଇଥିବା ଉଜ୍ଜ୍ବଳା ଯୋଜନାରେ ୧୪.୨କିଲୋ ଏଲ୍ପିଜି ସିଲିଣ୍ଡର ଉପରେ ସରକାର ବର୍ଷକୁ ୧୨ଟି ଦେଉଥିଲେ। ପରବର୍ତ୍ତୀ ସମୟରେ ଏହାକୁ ୯କୁ କମାଇ ଦିଆଯାଇଥିଲା। ଏବେ ଅନ୍ତର୍ଜାତୀୟ ତୈଳ ବଜାରର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ କେନ୍ଦ୍ରସରକାର ସୋମବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯୋଜନାର ହିତାଧିକାରୀମାନେ ପ୍ରତି ସିଲିଣ୍ଡର ଉପରେ ଯେଉଁ ୩୦୦ଟଙ୍କାର ରିଆତି ପାଉଥିଲେ ପୂର୍ବଭଳି ୪ଟି ସିଲିଣ୍ଡର ଉପରେ ଏହା ବଳବତ୍ତର ରହିବ। ସୂଚନାଯୋଗ୍ୟ ସିଲିଣ୍ଡର ବୁକିଂ ପାଇଁ ସହରାଞ୍ଚଳରେ ୨୫ଦିନ ଓ ଗ୍ରାମାଞ୍ଚଳରେ ୪୫ଦିନର ଅବଧି ରଖାଯାଇଛି। ଯୁଦ୍ଧଯୋଗୁଁ ଏଭଳି କଟକଣା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.