ଗୁଣପୁର ଠାରେ ଅଭିଯୋଗ ଶୁଣାଣି ଶିବିର।

0

ଗୁଣପୁର ୮/୬ : ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ଶିବିରରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରାସାଦ,ଡି.ଏଫ. ଓ ଶ୍ରୀ ସଚିନ୍ ଆନ୍ନା ସାହେବ ଓହୋଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ ମିଶ୍ର,ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ୍ ଅଭିଷେକ ଦିଲୀପ, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଜୟ କୁମାର ପ୍ରଧାନ ଯୋଗଦେଇ ୨୦ ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ୫ ଟି ଏବଂ ୧୫ ଟି ସାମୁହିକ ଅଭିଯୋଗ ଦରଖାସ୍ତ ପଞ୍ଜୀକୃତ ହୋଇଥିଲା।

ସେଥି ମଧ୍ୟରୁ ଜଣଙ୍କୁ ରେଡ୍ କ୍ରୋସ ତରଫରୁ ଚିକିତ୍ସା ପାଇଁ ପାଞ୍ଚହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଉପଖଣ୍ଡ ଆରକ୍ଷୀ ଅଧିକାର ବାବୁଲି ନାୟକ,ଗୁଣପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ତହସିଲଦାର ଲୀଳାବତୀ ଆଚାର୍ଜୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା,ଏସ ଓ ପ୍ରଦୀପ୍ତ କୁମାର ଦଳାଇ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତାବେହେରା,ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଅଭିଯୋଗରେ ଉପ ଜିଲ୍ଲାପାଳ କର୍ଯ୍ୟର କର୍ମଚାରୀ ଜସ୍ମିନ୍ ଭୂୟାଁ, ଅଜୟ ଶବର, ବିନୋଦ କୁମାର ଶବର, ତପନ ରଥ ଏବଂ ମାଧବ ସାହୁ ସହଯୋଗ କରିଥିଲେ।

Leave A Reply

Your email address will not be published.