ବାଲେଶ୍ଵର, ୬/୬(କୃଷ୍ଣ କୁମାର ମହାନ୍ତି): ବିଶ୍ବ ପରିବେଶ ଦିବସ ଅବସରରେ ‘ସତ୍ୟଭାମା ଚାରିଟେବୁଲଟ୍ରଷ୍ଟ’ ଓ ‘ସମୟର ଚକ୍ର’ର ମିଳିତ ଆନୁକୁଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
‘ସତ୍ୟଭାମା ଚାରିଟେବୁଲ ଟ୍ରଷ୍ଟ’ର ମୁଖ୍ୟ ସତ୍ୟଭାମା ଜେନା ଓ ‘ସମୟର ଚକ୍ର’ର ସମ୍ପାଦକ ସର୍ବେଶ୍ଵର ଜେନାଙ୍କ ତତ୍ବାବଧାନରେ ବାଲେଶ୍ଵର ମୁନସିପାଲଟିର ଦଶ ନମ୍ବର ଓ୍ଵାର୍ଡ କାଉନସିଲର୍ ରାଧାକୃଷ୍ଣ ଦାସ, ସମାଜସେବୀ ଯୁବନେତା ବିକାଶ ପାଢୀ, ସମାଜସେବୀ ଆଶ୍ରିତା ତରେଇ, କବି ପ୍ରତିମା ପଣ୍ଡା, ସମାଜସେବୀ ସତ୍ୟେନ୍ଦୁ ଦାସ, ସମାଜସେବୀ ସତ୍ୟନାରାୟଣ ନାୟକ, କବି ଜୟନ୍ତ ରଣା, ସାମ୍ବାଦିକା ସଂଯୁକ୍ତା ବେହେରା, ଅଧ୍ୟାପକ ଡକ୍ଟର ଅଶ୍ଵନୀ କୁମାର ପ୍ରଧାନ, ସମାଜସେବୀ କାର୍ତ୍ତିକ ଚନ୍ଦ୍ର ସାହୁ, ସମାଜସେବୀ ମାନସ କୁମାର ସ୍ବାଇଁ, ସମାଜସେବୀ ଲୁଲୁ ମିନତି ସେଠୀ, ସୁସଙ୍ଗମ ଜେନା, ତଥା ସ୍ଥାନୀୟ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟ କ୍ରମକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ୧୭ଟି ବୃକ୍ଷ ରୋପଣ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ କୁନି କଳାକାର ସୁହାନୀସାଇ ଜେନା ଉପସ୍ଥିତ ସମସ୍ତଙ୍କୁ ନଡିଆ ପାଣି ପ୍ରଦାନ କରିଥିଲେ। ପରେ “ବୃକ୍ଷ ହିଁ ଜୀବନ” ସ୍ଲୋଗାନ ଦେଇ ସଚେତନତା ପଦଯାତ୍ରା କରାଯାଇଥିଲା। ପ୍ରକୃତି ଅସନ୍ତୁଳନ, ଉତ୍ତାପ ବୃଦ୍ଧି ଓ ଅମ୍ଳଜାନ ଅଭାବରୁ ରକ୍ଷା ପାଇଁ ପ୍ରତି ସ୍ଥାନରେ ବୃକ୍ଷ ରୋପଣ ଓ ତାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସହରୁ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କୁ ଅତି କମରେ ଗୋଟିଏ ବୃକ୍ଷ ଲଗାଇବାକୁ ଆହ୍ଵାନ କରାଯାଇଥିଲା।