“ସ୍ଵାଧୀନତାର ମୂଲ୍ଯ”
ଅମରନାଥ ବାରିକ୍
ରକତର ସୁଅ ବହିଛି ଅନେକ
ଗୁଳାବାରୁଦ ଛୁଟାଇ
ସ୍ଵାଧୀନତା ସେନା ସହୀଦ ହୋଇଲେ
ବନ୍ଦେ ମାତରମ୍ ଗାଇ।
ଏଇ ସ୍ଵାଧୀନତା ପାଇଁ
କାନ୍ଦିଛି ନିରୀହ ପରାଣ ବିକଳେ
ପୁତ୍ର ଶବ ମାତା ପାଇ ।
ଭାରତ ମାତର ଅଶ୍ରୁ ନିଗାଡ଼ିଛି
ବୀର ସହିଦଙ୍କୁ ଦେଖି
ରକ୍ତବୁଡା଼ ସେହି ତ୍ରିରଙ୍ଗା ପତାକା
ଆଉ ପୁଣି ଚିରା ଖାକି।
ବୁଜିଦେଲେ ଯେବେ ଆଖି
ଦେଖାଇ ଆମକୁ ନବୀନ ପ୍ରଭାତ
ଶୁଳିରେ ଶିରକୁ ରଖି ।
ଅନ୍ୟାୟ ଦୁର୍ନୀତି ଫିରିଙ୍ଗି ଶାସନ
ଗୋରାଙ୍କୁ କରି ଦମନ
ବିଜୟ କରିଲେ ଭାରତକୁ ଆମ
ଦେଶପ୍ରାଣ ବୀର ସୈନ୍ୟ ।
ହୋଇଲୁ ଯେବେ ସ୍ଵାଧୀନ
ଅନୁସୃତ ସୂତ୍ର ସମଷ୍ଟିରେ ଗଢ଼ା
ଲେଖା ହେଲା ସମ୍ବିଧାନ ।
ଆସିଛି ସେ ଦିନ ସ୍ମରଣ କରିବା
ସେହି ମହାପୁରୁଷଙ୍କୁ
ଉର୍ଦ୍ଧରେ ରଖିବା ତାଙ୍କ ଟେକ ଆଉ
ଆମ ତ୍ରିରଙ୍ଗା ଝଣ୍ଡାକୁ।
ଶକ୍ତିଶାଳୀ କରିବାକୁ
ଆମ ଦେଶ ଆମ ହାତରେ ଗଢିବା
ଗାଇ ଜାତୀୟ ଗୀତକୁ ।
ଶାନ୍ତି ମୈତ୍ରୀ ଆଉ ପ୍ରଗତି ପ୍ରତୀକ
ପବିତ୍ର ପତାକା ଧରି
ଏକତ୍ରିତ ହୋଇ କରିବା ସଂକଳ୍ପ
ପୁଷ୍ପ ମାଲ୍ୟାର୍ପଣ କରି।
ପୁଲକରେ ପ୍ରାଣ ଭରି
ମହାତ୍ମାଙ୍କ ସ୍ବପ୍ନ ପୁରଣ କରିବା
ରାମରାଜ୍ୟ ସୃଷ୍ଟିକରି ।
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)