ମିଛ ସ୍ୱାଧୀନତା

ଅମରନାଥ ବାରିକ୍

0

ମିଛ ସ୍ୱାଧୀନତା
ଅମରନାଥ ବାରିକ୍

ଦେଖ ଦେଖ ଆଜି ଜାତୀୟ ପତାକା
ଉଡୁଅଛି ଫରଫର
ତଳେ ରାଜନେତା ରୁଣ୍ଡିଭୁତ ହୋଇ
ନିଜକୁ ମଣନ୍ତି ବୀର
ସବୁଠାରୁ ବଡ଼ ଚୋର
ଆଇନ ଭକ୍ଷକ ପୋଲିସ ସେଠାରେ
ନୁଆଁଇ ଅଛନ୍ତି ଶିର ।

ଦିଅନ୍ତି ଭାଷଣ ନିଜ ଦଳ ପାଇଁ
କରିଛି କେ କେତେ କାମ
ଉପର ଖୋଳପା ମାତୃଭକ୍ତି ଛାପ
ହୃଦେ ନାହିଁ ଦେଶ ପ୍ରେମ
କରୁଥାନ୍ତି କୃତ କର୍ମ
ଆଇନ ଆଖିରେ କଳାପଟି ବନ୍ଧା
ଭାସି ଯାଏ ଦେଶ ଆମ ।

ପ୍ରକୃତ ସଂଗ୍ରାମୀ ଫଟୋ ଉଈ ଖାଏ
ପୋଷ୍ଟର ୟାଙ୍କର ଛପେ
ସ୍ଲୋଗାନରେ ନିଜ ମନ୍ତ୍ରୀ ନାମ ଯୋଡ଼ି
ଭୋକି ହେଉଥାନ୍ତି ଆପେ
ଭୋଟର ବାପୁଡା ଜପେ
ଇଲେକ୍ସନ ବେଳେ ପିଇଥିଲେ ବୋଲି
ନାଲି ପାଣି କପେ କପେ ।

ମିଛେ ଉଡ଼ାଉଛ ତ୍ରିରଙ୍ଗା ପତାକା
ଜାତୀୟ ସଙ୍ଗୀତ ଗାଇ
କହି ପାରିବ କି ଗଣତନ୍ତ୍ର କ’ଣ
ପୁଣି ହେଉଅଛ ବାଇ
ସମ୍ବିଧାନ ଜଣା ନାହିଁ
କେଉଁଥିରେ ଲେଖା ଶୋଷଣ କରିବା
କହି କି ପାରିବ ଭାଇ !

Leave A Reply

Your email address will not be published.