ଅମରତ୍ୱ ଖୋଜୁଛନ୍ତି ୭୩ ବର୍ଷୀୟ ଭ୍ଲାଦିମିର ପୁଟିନ୍, ଘୁଷୁରି ଶରୀରରେ.

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବୟସ ରୋକିବା ଏବଂ ଅମରତ୍ୱ ହାସଲ ପାଇଁ ବଡ଼ ଗବେଷଣା ପ୍ରକଳ୍ପ ଚଲାଉଥିବା ଦାବି ହେଉଛି।

0

ନୂଆଦିଲ୍ଲୀ: ଅମରତ୍ୱ ହାସଲ କରିବା ପାଇଁ ଏକ ବଡ଼ ଗୁପ୍ତ ମିଶନରେ ଲାଗିଛନ୍ତି ୠଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏଥିପାଇଁ ସେ ପ୍ରାୟ ୨୬ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଏକ ସ୍ପେଶାଲ ପ୍ରୋଗ୍ରାମ ଚଲାଉଥିବା ନେଇ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍‌ ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ୭୩ ବର୍ଷୀୟ ପୁଟିନ୍ ନିଜର ବୟସ ବଢ଼ିବା ପ୍ରକ୍ରିୟାକୁ ରୋକିବା ପାଇଁ ସବୁଠାରୁ ଆଧୁନିକ ଓ ବିଦେଶୀ ଜ୍ଞାନକୌଶଳର ସହାୟତା ନେଉଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ବୈଜ୍ଞାନିକମାନେ ମିନି-ପିଗ୍ ବା ଛୋଟ ପ୍ରଜାତିର ଘୁଷୁରି ଶରୀର ଭିତରେ ମଣିଷର ଅଙ୍ଗ ତିଆରି କରିବା ଏବଂ ୩D ପ୍ରିଣ୍ଟର ସାହାଯ୍ୟରେ ଜୀବନ୍ତ କୋଷ ତିଆରି କରିବା ଉପରେ ଗବେଷଣା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ମୂଷାର ଥାଇରଏଡ୍ ଗ୍ରନ୍ଥି ଏବଂ ମଣିଷର କାର୍ଟିଲେଜ୍ (କୋମଳ ହାଡ଼) ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ଦାବି କରିଛନ୍ତି।

ଏହି ମେଗା ପ୍ରୋଜେକ୍ଟର ନେତୃତ୍ୱ ନେଉଛନ୍ତି ପୁଟିନଙ୍କ ଝିଅ ତଥା ପ୍ରସିଦ୍ଧ ଏଣ୍ଡୋକ୍ରିନୋଲୋଜିଷ୍ଟ ମାରିଆ ଭୋରୋଣ୍ଟସୋଭା ଏବଂ ପ୍ରଭାବଶାଳୀ ପଦାର୍ଥ ବିଜ୍ଞାନୀ ମିଖାଇଲ୍ କୋଭାଲଚୁକ୍। ବୈଜ୍ଞାନିକମାନଙ୍କ ମତରେ ଏହି ଦଶନ୍ଧି ଶେଷ ସୁଦ୍ଧା ମଣିଷ ଶରୀରର ଯେକୌଣସି ଅଙ୍ଗକୁ ଖରାପ ହେବା ମାତ୍ରେ ବଦଳାଯାଇପାରିବ। ଏଥିସହ ପୁଟିନ୍ ନିଜ ଶରୀରକୁ ସତେଜ ରଖିବା ପାଇଁ କ୍ରାୟୋଥେରାପି (Cryotherapy) ବ୍ୟବହାର କରନ୍ତି, ଯେଉଁଥିରେ ଶରୀରକୁ ମାଇନସ୍ ୧୭୦ ଡିଗ୍ରୀ ଫାରେନହାଇଟ୍ ତାପମାତ୍ରାରେ ରଖାଯାଏ।

ତେବେ ରୁଷିଆର ପ୍ରତିଷ୍ଠିତ ବୈଜ୍ଞାନିକ ଆଲେକ୍ସଜାଣ୍ଡାର୍ ଓସ୍ତ୍ରୋଭସ୍କି କହିଛନ୍ତି ଯେ, ଏହି ପ୍ରୋଜେକ୍ଟର କୌଣସି ଆନ୍ତର୍ଜାତୀୟ ପ୍ରମାଣ ନାହିଁ। କେବଳ ପୁଟିନଙ୍କ ଠାରୁ ମୋଟା ଅଙ୍କର ପାଣ୍ଠି ହାସଲ କରିବା ପାଇଁ ବୈଜ୍ଞାନିକମାନେ ତାଙ୍କୁ ମନଗଢ଼ା କଥା କହୁଛନ୍ତି।
Leave A Reply

Your email address will not be published.