ଭୁବନେଶ୍ବର : ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶହ ଶହ ସଂଖ୍ୟାରେ ଚାଷୀଙ୍କ ଭିଡ଼। ରବି ଯାଇ ଖରିଫ ଋତୁ ଆସିଲାଣି। ହେଲେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଜିଲ୍ଲାର ଅଧିକାଂଶ ମଣ୍ଡିରେ ଏଯାଏଁ ଚାଷୀଙ୍କ ଧାନ ବିକ୍ରୀ ହୋଇ ପାରିନାହିଁ। ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ସମାବେଶ କରି ବର୍ଷିଛି।
ଗତ ୧୧ ତାରିଖରୁ ରବି ଋତୁ ପାଇଁ ଧାନମଣ୍ଡି ଖୋଲିଥିଲେ ବି ଆରମ୍ଭରୁ ଦେଖିବାକୁ ମିଳିଛି ଅବ୍ୟବସ୍ଥା ଏବଂ ଟୋକନ ସମସ୍ୟା। ଯାହାକୁ ନେଇ ଚାଷୀମାନେ କଲେକ୍ଟର ଅଫିସ ଘେରିବା ସହ ଜିଲ୍ଲାପାଳଙ୍କକୁ ୬ ଦଫା ଦାବିପତ୍ର ଦେଇ ଧାନ ସମସ୍ୟାର ସମାଧାନ ପାଇଁ ଦାବୀ କରିଛନ୍ତି ।
ଠିକ୍ ସେହିପରି ସମ୍ବଲପୁର ଜିଲ୍ଲାରେ ଟୋକନ ସମସ୍ୟା ଏବଂ ଧାନବିକ୍ରୀର ଅବ୍ୟବସ୍ଥାକୁ ନେଇ ଏକାଠି ହୋଇଛନ୍ତି ଚାଷୀ । ଏହି ସମାବେଶରେ ଦୁଇ ବିଧାୟକଙ୍କ ସହ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ରହିବା ସହ ସମସ୍ୟା ସମାଧାନ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ବର୍ତ୍ତମାନ କୃଷି କ୍ଷେତ୍ର ପ୍ରଭାବିତ ହୋଇଛି । ରାଜ୍ୟରେ ୭୩ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହୋଇଥିଲେ ବି ତାକୁ ରଖିବା ପାଇଁ ଜାଗା ନାହିଁ। ଅର୍ଥାତ୍ ଚାଉଳ ରଖିବା ପାଇଁ ଦୁଇ ବର୍ଷରେ ସରକାର ଗୋଦାମ ସୃଷ୍ଟି କରିପାରି ନାହାନ୍ତି । ଡବଲ ଇଞ୍ଜିନ ସରକାର ଚାଷୀଙ୍କୁ ଧୋକା ଦେଇଛନ୍ତି ବୋଲି ବିରୋଧୀ କହିଛନ୍ତି । ତେଣେ ଏହାର ଜବାବ ରଖିଛି ବିଜେପି ।