ମାଆ ତାରାତାରିଣୀ

ଅର୍ଜୁନୀ ଚରଣ ବେହେରା

ଋଷିକୁଲ୍ୟା ତୀରେ ପର୍ବତ ଶିଖରେ
ବିଜେ ମା’ ସିନ୍ଦୁର ମୁଣ୍ଡି l
ତାରା ତାରିଣୀ ସେ ଗଞ୍ଜାମ ଆରାଧ୍ୟା
ଦେବୀ ଦୟାମୟୀ ଚଣ୍ଡୀ ll
ଶକ୍ତି ସ୍ୱରୂପିଣୀ ସଙ୍କଟ ତାରିଣୀ
ଯାଆଁଳା ଦୁଇ ଭଉଣୀ l
ଶକ୍ତି ପୀଠେ ଉଭା ମାଆ ଦୟାମୟୀ
ଇପ୍ସିତ ବର ଦାୟିନୀ ll
ସତୀଙ୍କ ବକ୍ଷୋଜ ପଡ଼ିଥିଲା ଏଠି
ଦକ୍ଷ ଯଜ୍ଞ ଭଗ୍ନ କାଳେ l
ତ୍ରେତୟା ଜାନକୀ ଲୁହରୁ ଉତ୍ପତ୍ତି
ଅନ୍ୟ କିମ୍ବଦନ୍ତୀ ବୋଲେ ll
ଏ ପୀଠରେ ମାଆ ରହିବାକୁ ଇଚ୍ଛା
ବଳାଇ କଳି ଯୁଗରେ l
କନ୍ୟା ରୂପେ ଆସି ଲୀଳା ଖେଳା କଲେ
ବସୁ ପ୍ରହରାଜ ଘରେ ll
ମାଆ ଶ୍ରୀବୈଷ୍ଣବୀ ତନ୍ତ୍ରରେ ଆରାଧି
ଆର୍ତ୍ତରେ ଡାକିଲେ ନର l
ଓ କରିଥାନ୍ତି ସଙ୍କଟ ତାରିଣୀ
ଯାଚି ଦେଇଥାନ୍ତି ବର ll
ଝୁଣା ଗୋକୁଳରେ ବାସୁ ଥାଇ ପୀଠ
ଘଣ୍ଟ ଘଣ୍ଟା ଖୋଳ ତାଳ l
କରୁଣା ମନାସି ଭକ୍ତଗଣ ଆସି
ଲଗାଇ ଥାନ୍ତି ଗହଳ ll
ଅତି ମନୋହର ମାଆଙ୍କ ମନ୍ଦିର
ପର୍ବତ ଶିଖରେ ସ୍ଥିତ l
ମା’ ତାରା ତାରିଣୀ ଆରତ ଭଞ୍ଜନୀ
କୋଟି କୋଟି ଦଣ୍ଡବତ ll
🙏🙏🙏
ଅର୍ଜୁନୀ
———————–

ମୋ -7693091971

Comments are closed.