ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ।

ଭଣ୍ଡାରିପୋଖରୀ : ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଘର। ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭରତ ରାଉତଙ୍କ ଜଳଖିଆ ଓ ଗ୍ରୋସରୀ ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଯାହା ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ ବାହିନି ପହଁଚ଼ିଲା ବେଳକୁ ସମ୍ପୂର୍ଣ୍ଣ ଦୋକାନ ପୋଡି ଯାଇଥିଲା। ଏନେଇ ଭଣ୍ଡାରିପୋଖରୀ ଥାନରେ ଭରତ ଅଭିଯୋଗ କରିଛନ୍ତି ଦୋକାନ ମାଲିକ।

Comments are closed.