EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍।

ପେନସନ୍ ରାଶୀ ୭.୫ ଗୁଣା ବଢ଼ାଇବାକୁ ପ୍ରସ୍ତାବ। ଅର୍ଥ ମନ୍ତ୍ରଣାଳୟର ଅନୁମୋଦନକୁ ଅପେକ୍ଷା

ନୂଆଦିଲ୍ଲୀ : EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। EPF ପେନସନ୍ ହଜାରେରୁ ବଢ଼ି ହେଇପାରେ ୭୫୦୦ ଟଙ୍କା। ଏବେ ଇପିଏଫ୍ ରେ ପେନସନ୍ ୧୦୦୦ ଟଙ୍କା ଥିବା ବେଳେ ତାହା ୭.୫ ଗୁଣା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ଯଦି, ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ ତାହେଲେ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍ ରାଶି। ଖାଲି ସେତିକି ନୁହେଁ EPFO ଖାତାଧାରୀମାନଙ୍କ ପାଇଁ ୮.୨୫ ପ୍ରତିଶତ ସୁଧ ଦେବାକୁ ବି ପ୍ରସ୍ତାବରେ ରହିଛି।ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ। ଖାଲି ସେତିକି ନୁହେଁ ଏବେ PF ଟଙ୍କା ଉଠାଣ ପାଇଁ ATM ବ୍ୟବସ୍ଥା ବି ହେବ। ଫଳରେ ସହଜରେ EPF ଟଙ୍କା ଉଠାଇପାରିବେ ଗ୍ରାହକ।

Comments are closed.