ପ୍ରଖ୍ୟାତ ‘ଟଲିଉଡ୍‌’ ଅଭିନେତା ତଥା ରାଜନେତା କ୍ରିଷ୍ଣମ୍‌ ରାଜୁଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କର ଆଜି ପାହାନ୍ତା‌ରେ ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ ହୋଇଥିଲେ।

ଅଭିନେତା ପ୍ରଭାସଙ୍କ ବଡ଼ବାପା କ୍ରିଷ୍ଣମ୍‌ ରାଜୁ ହାଇଦ୍ରାବାଦ ଅନ୍ତର୍ଗତ ଗାଚିବୌଲିସ୍ଥିତ ‘ଏଆଇଜି ହସ୍ପିଟାଲ୍‌ସ୍‌’ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ପାହାନ୍ତା ୩.୨୫ ମିନିଟ୍‌ରେ ମୃତ୍ୟୁବରଣ କରିଥିବା ରିପ‌ୋର୍ଟ ହୋଇଛି।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ମୋଗାଲତୁରରେ ୧୯୪୦ ଜାନୁଆରି ୨୦ ଜନ୍ମିତ ରାଜୁ ଶିକ୍ଷା ସମାପ୍ତି କରି କିଛି ଦିନ ପାଇଁ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୬ ମସିହାରେ ‘ଚିଲକା ଗୋରିଙ୍କା’ ଚଳିଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରି ସେ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରିଥିଲେ। ଖଳନାୟକ ଭୂମିକା ପାଇଁ ମଧ୍ୟ ସେ ଖୁବ୍‌ ଜନପ୍ରିୟ ଥିଲେ।

Comments are closed.