ବାଲେଶ୍ୱର, ୧୬/୪(କୃଷ୍ଣ କୁମାର ମହାନ୍ତି): ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ‘ଅଭିନବ ୪୨ ମୌଜା’ ପକ୍ଷରୁ ବେଣ୍ଟକାର ଅଞ୍ଚଳରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଗ୍ରୀଷ୍ମ ତାପର ତୀବ୍ରତାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ସାଧାରଣ ଲୋକ ଓ ପଥିକମାନଙ୍କୁ ଶୀତଳ ପଣା ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସୁବାଷ ଚନ୍ଦ୍ର ସାହୁ, ନକୁଳ ବେହେରା, ବିଷ୍ଣୁ ଚରଣ ଦାଶ, ତୃପ୍ତି ରଞ୍ଜନ ପତି, ଦୁର୍ଗା ମାଧବ ପତି, ଜ୍ୟୋତି ରଞ୍ଜନ ମହାପାତ୍ର, ସୁଜାତା ସ୍ୱାଇଁ, ଖିରୋଦ ବୈଠାଳୁ, ବିଶ୍ୱଜିତ ପତି, ବିଘ୍ନେଶ୍ୱର ଜେନା, ଅମିତ ମହାପାତ୍ର, କାଳୀପ୍ରସନ୍ନ ଶତପଥୀ, ସତ୍ୟବ୍ରତ ଦୀକ୍ଷିତ, ଯୁବରାଜ ନାୟକ, ଅଧିକାନ୍ଦ ଭୋଇ, ସମୀର କୁମାର ନାୟକ, ସ୍ୱାଗତ କୁମାର ନାୟକ ଓ ପ୍ରଭାତୀ ଦାଶ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଭାଗୀ ହୋଇଥିଲେ।
ସ୍ଥାନୀୟ ଅଞ୍ଚଳରେ ସଂଗଠନର ଏହି ଜନହିତକର ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।