ବାଲେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହେବ ଆଧୁନିକ ବାସ୍ତୁ କର୍ମଶାଳା

ବାଲେଶ୍ୱର, ୧୧ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ବାସୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଭାବେ ସହରରେ ପ୍ରଥମଥର ପାଇଁ ଆଧୁନିକ ବାସ୍ତୁ କର୍ମଶାଳା ଆୟୋଜିତ ହେବାକୁ ଯାଉଛି। ଏହାର ଅଂଶ ଭାବେ ଆସନ୍ତା ଏପ୍ରିଲ ୧୮ ତାରିଖ ସକାଳ ୧୧ଟାରେ ଏକ ମାଗଣା ଡେମୋ କ୍ଲାସ୍ ଆୟୋଜିତ ହେବ।
କାର୍ଯ୍ୟକ୍ରମଟି ସହର ମଧ୍ୟସ୍ଥ ‘ଚନ୍ଦ୍ରଭାଗା’ ହୋଟେଲ ପାଖରେ, ଓଲା ବାଇକ୍ ଶୋରୁମ୍ ଉପର ମହଲା, ନୂଆସାହିରେ ଅନୁଷ୍ଠିତ ହେବ।
ଏହି କର୍ମଶାଳାଟି ଇନ୍ଫ୍ରା ବାସ୍ତୁର ବାଲେଶ୍ୱର ଶାଖା ଦ୍ୱାରା ଆୟୋଜିତ ହେଉଛି, ଯାହା ଏହି କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଏକ ସଂସ୍ଥା। କାର୍ଯ୍ୟକ୍ରମରେ ବାଲେଶ୍ୱର ଶାଖାର ଅଧ୍ୟକ୍ଷ, ବାସ୍ତୁ ସୁପର୍ ସ୍ପେସିଆଲିଷ୍ଟ୍ ଇଂ. ପ୍ରଦୀପ କୁମାର ପଟ୍ଟନାୟକ ଉପସ୍ଥିତ ରହି କର୍ମଶାଳା ପରିଚାଳନା କରିବେ।
ବାଲେଶ୍ୱର ବାସୀଙ୍କୁ ଏହି ମାଗଣା ଡେମୋ କ୍ଲାସର ସୁଯୋଗ ନେଇ ଆଧୁନିକ ବାସ୍ତୁ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ସେ ଅନୁରୋଧ କରିଛନ୍ତି। ଆଗ୍ରହୀ ଅଂଶଗ୍ରାହୀମାନେ 7978783188 ନମ୍ବରରେ ଫୋନ୍ କରି ପୂର୍ବରୁ ସିଟ୍ ବୁକ୍ କରିପାରିବେ।

Comments are closed.