ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା; ୨ଟି ପୃଥକ୍ ପୃଥକ୍ ଅଭିଯୋଗ ଦାଖଲ

0

ସମ୍ବଲପୁର : ଛାତ୍ରୀଙ୍କୁ ଅଧ୍ୟାପକଙ୍କ ମାନସିକ ନିର୍ଯାତନା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରୁ। ଜଣେ ଅଧ୍ୟାପକଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ୫ ଜଣ ଛାତ୍ରୀ। ଏନେଇ ଅଧ୍ୟାପକଙ୍କ ନାଁରେ ୨ ଟି ପୃଥକ୍ ପୃଥକ୍ ଅଭିଯୋଗ ଦାଖଲ ହୋଇଛି। ଗୋଟିଏ ଅଭିଯୋଗରେ ଜଣେ ଛାତ୍ରୀ ଓ ଅନ୍ୟ ଏକ ଅଭିଯୋଗରେ ୪ ଜଣ ଛାତ୍ରୀ ସମ୍ପୃକ୍ତ ଅଧ୍ୟାପକଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଆସିବା ପରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ୍ ଅଧ୍ୟକ୍ଷ। ଅଭିଯୋଗକାରୀମାନଙ୍କୁ ଡାକି ପଚରାଉଚରା କରିବା ସହିତ ତଥ୍ୟ ସଂଗ୍ରହ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ। ଅନ୍ୟପଟେ ସମ୍ପୃକ୍ତ ଅଧ୍ୟାପକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.