ନୟାଗଡ଼ (୯/୪): ରିପୋର୍ଟ-ସନାତନ ମହାକୁଡ଼।ଭାରତୀୟ ଅନୁବାଦ ସାହିତ୍ୟ ପକ୍ଷରୁ ଭାରତୀୟ ସାହିତ୍ୟର ଯୁବ ପ୍ରତିଭାମାନଙ୍କୁ ସମ୍ମିଳିତ କରି ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଏହା ହେଉଛି ଷଷ୍ଠ ପ୍ରୟାସ। ଅପ୍ରେଲ ୧୦ ତାରିଖ ସନ୍ଧ୍ଯା ୭ଟା ସମୟରେ ଗୁଗୁଲ୍ ମିଟ୍ ମାଧ୍ୟମରେ ହେବାକୁଥିବା ଏହି ୱେବିନାରରେ ଅଂଶ ଗ୍ରହଣ କରିବେ ମେଘାଳୟ, ପଞ୍ଜାବ, ଉତ୍ତରାଖଣ୍ଡ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ବିହାର, ଆସାମ ,ମହାରାଷ୍ଟ୍ର ଓ ଓଡ଼ିଶା ଆଦିର ବହୁ ଯୁବ କବି ତଥା ଅନୁବାଦକ।
କାର୍ଯ୍ୟକ୍ରମରେ ବକ୍ତା ଭାବେ ପଞ୍ଜାବରୁ ଶ୍ରୀ ଜଗଦୀଶ ରାଇ କୁଲରିଆନ ଓ ମେଘାଳୟରୁ ଡ. ରୁମା ମୋନି ବୋରୁହା ପ୍ରମୁଖ ଦୁଇଜଣ ଖ୍ୟାତନାମା ଅନୁବାଦକ ଯୋଗ ଦେଉଛନ୍ତି ବୋଲି ସଂସ୍ଥାର ସଂପାଦକ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.