ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା, RI ଓ ରାଇଟର୍‌ଙ୍କ ନାଁରେ ପୁଣି ଅଭିଯୋଗ

ଅନୁଗୁଳ : ଲମ୍ବିବାରେ ଲାଗିଛି ଅନୁଗୁଳ ପୋଲିସର RI ଗୋବିନ୍ଦ ମାହାରୀ ଓ ରାଇଟର୍ ଶୁଭକାନ୍ତ ସାହୁଙ୍କ ନାଁରେ ଅଭିଯୋଗ। ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳଙ୍କ ଅଭିଯୋଗ ପରେ ଏବେ ଆଉ ଏକ ଅଭିଯୋଗ ଲାଗିଛି। ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ହାବିଲଦାର ଓ କନେଷ୍ଟବଲ୍ ସଂଘ।

କେବଳ ସୁମିତ୍ରା ନୁହେଁ ବହୁ ପୋଲିସ୍ କର୍ମଚାରୀଙ୍କୁ RI ଗୋବିନ୍ଦ ମାହାରୀ ଓ ରାଇଟର୍ ଶୁଭକାନ୍ତ ସାହୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରି ଏସପିଙ୍କୁ ଚିଠି ଲେଖି ଜଣାଇଛି। ୟୁନିଫର୍ମକୁ ସମ୍ମାନ ଜଣାଇ କେହି ଅଭିଯୋଗ କରିନଥିଲେ କିନ୍ତୁ ସୁମିତ୍ରା ସାମ୍ନାକୁ ଆସିବା ପରେ ଅଭିଯୋଗ ଏବେ ବଢ଼ିବାରେ ଲାଗିଛି।

ସେପଟେ ଘଟଣାକୁ ନେଇ RI ଗୋବିନ୍ଦ ମାହାରୀ ଓ ରାଇଟର୍ ଶୁଭକାନ୍ତ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି। ଅପରପକ୍ଷେ, ଘଟଣାର ତଦନ୍ତ ଭାର ଜଣେ ବରିଷ୍ଠ ମହିଳା ଡିଏସପିଙ୍କୁ ଦିଆଯାଇଛି। ମହିଳା ହାବିଲଦାରଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇନି ବୋଲି ଏସପି ପୂର୍ବରୁ ସୂଚନା ଦେଇଛନ୍ତି।

Comments are closed.