ଗ୍ୟାସର ଅଭାବ ନାହିଁ :ଯୋଗାଣମନ୍ତ୍ରୀ

0

ଭୁବନେଶ୍ଵର : ଗ୍ୟାସ ସଙ୍କଟ ନେଇ ଶୁକ୍ରବାର ଦିଲ୍ଲୀରେ ଏକ ବଡ ବୈଠକ ବସିବ । ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ଦିନ୧୧ଟାରେ ଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ବୈଠକ କରିବେ  । ଏହି  ବୈଠକରେ ଯୋଗଦେବେ ଓଡିଶାର ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଦେଶରେ ଗ୍ୟାସ,ପେଟ୍ରୋଲ, ଡିଜେଲ ସଙ୍କଟ ଦିନକୁ ଦିନ ବ୍ୟାପିବାରେ ଲାଗିଲାଣି। ଦେଶର ବିଭିନ୍ନ ରାଜ୍ୟରେ ଏହାର ସଙ୍କଟ ଦେଖିବାକୁ ମିଳିଲାଣି।

ଦିଲ୍ଲୀ ବୈଠକ ବସିବା ପୂର୍ବରୁ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି, ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଯଥେଷ୍ଟ ମହଜୁତ ରହିଥିବା ନେଇ କହିଛନ୍ତି ଯୋଗାଣ ମନ୍ତ୍ରୀ। ଏଥିପ୍ରତି ମଧ୍ୟ କେନ୍ଦ୍ର ସଜାଗ ଅଛି।  ଆସନ୍ତାକାଲି କେନ୍ଦ୍ର ଯୋଗାଣମନ୍ତ୍ରୀ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ଏହି ସମ୍ପର୍କରେ ଆଲୋଚନା ନେଇ ଡାକିିଛନ୍ତି। ହୋଟେଲକ ଆବଶ୍ୟକ ଥିବା ରନ୍ଧନଗ୍ୟାସର ୫୦% ଯୋଗାଇ ଦେବାକୁ ସକ୍ଷମ। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ।

Leave A Reply

Your email address will not be published.