ରଣପୁର : ୩୪ ତମ ବିଶ୍ୱ ଜଳ ଦିବସ ଅବସରରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ ଦର୍ପନାରାୟଣପୁର ଶୁକ୍ର ବେହେରା ପାଣିପଞ୍ଚାୟତ ଅଧୀନରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ତିନି କିଲୋମିଟର ବ୍ୟାପୀ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ ହୋଇଯାଇଛି। ରବିବାର ଅପରାହ୍ନରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନିତ ଅତିଥି ଭାବେ ଭାରତୀୟ ଜଳ ପ୍ରବନ୍ଧନ ଓଡିଶା ଦାଇତ୍ୱରେ ଥିବା ନିର୍ଦ୍ଦେଶକ ଅର୍ଜୁମାଦତ୍ତ ଷଢଙ୍ଗୀ, ଅନ୍ୟତମ ଅତିଥିଭାବେ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ପ୍ରଧାନ ବୈଜ୍ଞାନିକ ଡ଼ଃ ରବିନ୍ଦ୍ର କୁମାର ପଣ୍ଡା, ଅନ୍ୟତମ ପ୍ରଧାନ ବୈଜ୍ଞାନିକ ସୁକାନ୍ତ କୁମାର ଜେନା ଯୋଗ ଦେଇଥିଲେ।
ବାଚସ୍ପତି ପାଢ଼ୀ ବୈଜ୍ଞାନିକ ପଦ୍ଧତିରେ ସୁଇଚ ମାରି ସ୍ୱୟଂଚାଳିତ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ବାଚସ୍ପତି ପାଢ଼ୀ ସ୍ୱୟଂଚାଳିତ କେନାଲ ମାଧ୍ୟମରେ ଆଗାମୀ ଦିନରେ ଜଳ ସଙ୍କଟ ଦୂର କରିବା ସହ ଜଳପାଇଁ ବିଶ୍ୱଯୁଦ୍ଧରୁ ରକ୍ଷା ମିଳିବ ବୋଲି କହିଥିଲେ। ପ୍ରକଳ୍ପର ଆବଶ୍ୟକତା ଓ ଉପକାରିତା ସମ୍ପର୍କ ରେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ।
ନିର୍ଦ୍ଦେଶକ ଷଡ଼ଙ୍ଗୀ ପ୍ରକଳ୍ପ ଭାରତରେ ପ୍ରଥମ ଓ ଏହା ସଂଚାଳନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶୁକ୍ର ବେହେରା ପାଣି ପଞ୍ଚାୟତର ସମସ୍ତ ସଭ୍ୟ ମାନଙ୍କ ସହ ଶତାଧିକ ପୁରୁଷ ଓ ମହିଳା ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ।