ଭୁବନେଶ୍ବର : ବଜେଟ ଆଲୋଚନାରେ ଗତକାଲି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପିତ କରିଥିଲେ। ଏଥିରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ହରିଚନ୍ଦନ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।
ସେ କହିଛନ୍ତି ଯେ, ଏହି ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ଅଧୀନରେ ୨୭୨୫.୦୦ କୋଟି ଟଙ୍କା ଏବଂ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ୧୦୭୨୬.୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହା ଅନୁସାରେ, ପୂର୍ତ୍ତ ବିଭାଗ ପାଇଁ ମୋଟ ୧୩୪୫୧.୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି। ପୂର୍ତ୍ତ ବିଭାଗ ଆଗାମୀ ୫ ବର୍ଷ ମଧ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଉନ୍ନୟନ ଓ ନିର୍ମାଣ ପାଇଁ ପରିକଳ୍ପନା କରିଛି।
Comments are closed.