ଭୁବନେଶ୍ଵର : ଦୀର୍ଘ ନଅ ଦିନ ଧରି ଗାନ୍ଧୀମାର୍ଗରେ ଆନ୍ଦୋଳନ ଜାରି ରଖିଥିବା ସ୍ଥଳେ ମାର୍ଚ୍ଚ ୧୮ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଆମନ୍ତ୍ରଣକ୍ରମେ ରାତ୍ର ୦୮.୩୦ ଘଟିକା ସମୟରେ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଂଘର ଉପଦେଷ୍ଟା ବିଜୟ ମଲ୍ଲ, ସଭାପତି ସଞ୍ଜୟ ପଟ୍ଟନାୟକଙ୍କ ପ୍ରତିନିଧିତ୍ତ୍ଵରେ ଏକ ଆଠଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଯାଇଥିଲେ। ଏହି ପ୍ରତିନିଧିମଣ୍ଡଳୀଙ୍କ ସହିତ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଏକାମ୍ର ବିଧୟକ ବାବୁ ସିଂ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ମୁଖ୍ୟମନ୍ତ୍ରୀ ମାନବିକତାର ପରିଚୟ ପୂର୍ବକ ସଂଘର ସଂପୂର୍ଣ୍ଣ ଘଟଣା ଶୁଣିବା ସହିତ କହିଲେ ଯେ, “ମୁଁ ଆଜି ନୁହେଁ ବହୁ ପୂର୍ବରୁ ଆପଣ ମାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ଥିଲି। ଆଜି ଆପଣମାନଙ୍କ ଠାରୁ ପୂର୍ଣ୍ଣ ବିବରଣୀ ପାଇବା ପରେ ମୁଁ ନିଜର ଭାବନାକୁ ପରିପ୍ରକାଶ କରିପାରୁ ନାହିଁ।” ତିନିଦଫା ଦାବି ଯଥାର୍ଥ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଆନ୍ଦୋଳନକୁ ଆସିବା ପରେ ଜାତୀୟ ସ୍ୱାସ୍ଥ୍ୟ ମିସନର ଛଟେଇ ନିର୍ଦ୍ଦେଶକୁ ବାତିଲ କରିବା ପାଇଁ ଅତିରିକ୍ତ ସଚିବଙ୍କୁ ତୁରନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଆଇନମନ୍ତ୍ରୀଙ୍କୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ସଂଘ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ରାଜ୍ୟର ତଥ୍ୟକୁ ଆଧାର କରି ସ୍ଥାୟୀ ନିଯୁକ୍ତି ପାଇଁ ଯାହା ଆନୁଷଙ୍ଗିକ ବ୍ୟବସ୍ତାର ତର୍ଜମା କରି ଏକ ରିପୋର୍ଟ ପ୍ରଦାନ କରିବା ସହ ଆନ୍ଦୋଳନ ସ୍ଥଳକୁ ଯାଇ ତାଙ୍କ ଆନ୍ଦୋଳନକୁ ସ୍ଥଗିତ କରିକି ଆସିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଏକାମ୍ର ବିଧୟକ ବାବୁ ସିଂ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ କରିବା ସହିତ ଆନ୍ଦୋଳନକୁ ସ୍ଥଗିତ କରିବା ପାଇଁ ଅନୁରୋଧ କରିଥିଲେ।
ଏହି ଆନ୍ଦୋଳନ ସଭାକୁ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଂଘର ଉପଦେଷ୍ଟା ବିଜୟ ମଲ୍ଲ, ସଭାପତି, ସଞ୍ଜୟ ପଟ୍ଟନାୟକ, ମହା ସଚିବ ହେମନ୍ତ ବସ୍ତିଆ, ଦୁଇ ଉପସଭାପତି ଗୌତମ ମହାରଣ୍ୟ, ପୂର୍ଣ୍ଣ ମିଶ୍ର, ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ଦୀପକ ପାଣି, ଦିବ୍ୟଲୋଚନ ସ୍ଵାଇଁ, ସଚିତ୍ର ଦାଶ, ତାପସ ମିଶ୍ର, ବାମଦେବ ସାହୁ, ଅଜିଜୁର ରହେମାନ, ବିଶ୍ଵଜିତ ନାଥ, ସନ୍ତୋଷ ସିଂହ, ଦୀପକ ମହାପାତ୍ର, ପ୍ରଭାଷ ଭଟ୍ଟ, ଆଶିଷ ଜଗଦେବ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ବିଭିନ୍ନ ଜିଲ୍ଲା ନେତୃତ୍ଵ ଓ କର୍ମକର୍ତ୍ତା ମାନେ ଆନ୍ଦୋଳନ ପରିଚାଳନା କରିଥିଲେ।