ଦେବଗଡ଼ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ଲୁଚିଥିଲା। ଖବର ପାଇ ଘଟଣା ସ୍ଥଳକୁ ପୁଲିସ୍ ଓ ଦମକଳବାହିନୀ ପହଞ୍ଚିଥିଲେ। ପାଣି ପ୍ରକଳ୍ପ ଉପରକୁ ଯାଇ ଉଦ୍ଧାର କରିଥିଲେ। ପରେ ପୁଲିସତାକୁ ଗିରଫ କରିଛି। ଗତ ବୁଧବାର ବିଳମ୍ବିତ ରାତିରେ ରମେଶ ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହାଣି ହତ୍ୟା କରିଥିଲା। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରମେଶଙ୍କ ପୁଅ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଆଜି କୁଣ୍ଢେଇଗୋଳା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
Sign in
Sign in
Recover your password.
A password will be e-mailed to you.