ସମାଜସେବୀ ଭିକାରୀ ପାତାଳସିଂହଙ୍କ ସ୍ମୃତିଚାରଣ ସଭା

0

ନୟାଗଡ଼ (୧୧/୩): ରଣପୁର ବ୍ଲକ କାସନ୍ଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଭିକାରୀ ଚରଣ ପାତାଳସିଂହଙ୍କ ଏକାଦଶାହ ସ୍ମୃତି ଚାରଣ ସଭା ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ କିଶୋର ଚନ୍ଦ୍ର ପରମଗୁରୁ ଯୋଗଦେଇ କହିଲେ ଯେ, ଭିକାରୀ ପାତାଳସିଂହ ଜଣେ ନିର୍ବିବାଦୀୟ ସମାଜସେବୀ ଓ ନିରପେକ୍ଷ ଜନନେତା ଥିଲେ। ବାମପନ୍ଥୀ ଚିନ୍ତାଧାରାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲେବି ଜଣେ ବିଶିଷ୍ଟ ନ୍ୟାୟବିତ୍ ଭାବରେ ଖୋର୍ଦ୍ଧା ନୟାଗଡ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ। ମୁଖ୍ୟବକ୍ତା ଭାବରେ ଆଡ଼ଭୋକେଟ ଗିରିଜାକାନ୍ତ ପଟ୍ଟନାୟକ ଯୋଗଦେଇ ଭିକାରୀ ବାବୁଙ୍କର ବିରଳ ମାନବବାଦୀ କାର୍ଯ୍ୟାବଳୀର ଅବତାରଣା କରିଥିଲେ। ସମ୍ମାନିତ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ବଳିୟାରସିଂହ, ଶିକ୍ଷାବିତ୍ ନିରଞ୍ଜନ ପାଇକରାୟ, ସମାଜସେବୀ ବିଭୁପ୍ରସାଦ ମିଶ୍ର, ଶିକ୍ଷାବିତ୍ ଭାଗିରଥି ବରାଡ଼ ଯୋଗଦେଇ ସ୍ବର୍ଗତ ପାତାଳସିଂହଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବଚରଣ ପରିଡା, ନକୁଳ ରାଉତରାୟ, ଗୋପାଳ ଚନ୍ଦ୍ର ମହାନ୍ତି, ଫକୀର ଚରଣ ସ୍ୱାଇଁ, ସବ୍ୟସାଚୀ ସେନାପତି, ବେଣୁଧର ଜେନା, ରାମଚନ୍ଦ୍ର ବିଶୋଇ, ବୈକୁଣ୍ଠ ନାଥ ବେହେରା, ଆଲୋକ କୁମାର ରାଉତରାୟ, ଉପେନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ପାତ୍ର, ଗୋବର୍ଦ୍ଧନ ବେହେରା, ପ୍ରମୋଦ କୁମାର ବେହେରା, ନୃସିଂହ ବିଶୋଇ, ଧୀରେନ କୁମାର ପାତ୍ର, ପ୍ରଫୁଲ୍ଲ କୁମାର ସିଂହ, ନବକିଶୋର ବେହୁରା, ଜୟନ୍ତ କୁମାର ନାୟକ, ପ୍ରମୋଦ କୁମାର ବଳିୟାରସିଂହ, ସତ୍ୟଜିତ ନାୟକ, ସମରେନ୍ଦ୍ର ଦକ୍ଷିଣ କବାଟ, ଶିଶିର କୁମାର ସାହୁ, ଅଧ୍ୟାପକ ରବିନାରାୟଣ ମହାପାତ୍ର, ଶିଳ୍ପପତି ଶିଶିର କୁମାର ସାହୁ, ଅଧ୍ୟାପକ ରବୀନ୍ଦ୍ର କୁମାର ମହାପାତ୍ର, ଦାଶରଥି ମହାପାତ୍ର, ନବକିଶୋର ସାଥୁଆ, ପ୍ରଫୁଲ୍ଲ କୁମାର ପାତାଳସିଂହ, ଗୋପାଳ ଚନ୍ଦ୍ର ଅଗ୍ରୱାଲା, ଧନେଶ୍ୱର ପାତାଳସିଂହ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସଭା ଆରମ୍ଭରେ ମନୋଜ କୁମାର ଗୁମାନସିଂହ ଗୀତାର ପଞ୍ଚଦଶ ଅଧ୍ୟାୟ ପାଠ କରିଥିଲେ। ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ ସଭାକୁ ସଂଯୋଜନା କରିଥିଲେ। ପ୍ରଦୀପ କୁମାର ପାତାଳସିଂହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.