ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡ଼େମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଦ୍ବାରା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ପରେ: କଳାର ନୁଆ ପରିଚୟ-୨୦୩୬ ପରମ୍ପରା, ପ୍ରଦ୍ୟୋଗିକ, ପରିବର୍ତ୍ତନ” ଶୀର୍ଷକ କଳାଚର୍ଚ୍ଚା ସ୍ଥାନୀୟ କଳିଙ୍ଗ ଆର୍ଟ ଗ୍ୟାଲେରୀ, ରାଜ୍ୟ ସଂଗ୍ରହାଳୟଠାରେ ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ରୁପେ ଡ଼. ବିଜୟ କେତନ ଉପାଧ୍ୟାୟ, ଭାପ୍ରସେ. ଶାସନ ସଚିବ ତଥା ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଯୋଗଦାନ ସହିତ ଦେବ ପ୍ରସାଦ ଦାସ, ଓ.ପ୍ର.ସେ., ସ୍ବତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଓ ବିଭାଗର ଉପ-ନିର୍ଦ୍ଦେଶିକା ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ ଡ଼. ଦେବଯାନୀ ଭୁୟାଁ, ଓ.ପ୍ର.ସେ. ଏବଂ ମଞ୍ଚାସିନ ଅତିଥି ଭାବରେ ଅଦ୍ଭୁତ ଚରଣ ଗଡନାୟକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଦୀପ ପ୍ରଜ୍ବଳନ ମାଧ୍ୟମରେ ଉଦଘାଟନ କରିଥିଲେ ଓ ପରିଶେଷରେ ସୁନୀଲ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଏହି ସମ୍ମିଳନୀରେ ଓଡ଼ିଶାର ପରମ୍ପରାକୁ ପ୍ରଯୁକ୍ତି ବିଦ୍ୟା ମାଧ୍ଯମରେ କଳା କ୍ଷେତ୍ରରେ ପ୍ରୟୋଗ କରି କିପରି ଏହାକୁ ଅଧିକ ସରସ, ସୁନ୍ଦର, ଲୋକାଭିମୁଖି କରିହେବ ତଥା ନୂଆପିଢିର କଳାକାର ଏହାକୁ ନେଇ ସେମାନେ କିପରି ତାଙ୍କର କାର୍ଯ୍ୟଦକ୍ଷତାରେ ପ୍ରତିପାଦିତ କରିବେ ସେ ବିଷୟରେ ଅତିଥିମାନେ ମତ ପ୍ରକାଶ କରିଥିଲେ।