ବିଜେଡି ଓ କଂଗ୍ରେସକୁ ସମାଲୋଚନା କଲେ ଶାହା

ଭୁବନେଶ୍ଵର : ଭୁବନେଶ୍ଵରର ଜନତା ମଇଦାନରେ ନିଜର ଅଭିଭାଷଣ​‌ରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ଗୃହ ମନ୍ତ୍ରୀ ଅମିତ ଶାହା । ଜନାଦେଶକୁ ବାଧ୍ୟବାଧକତା ଭାବୁଥିଲେ ପୂର୍ବ ସରକାର। ୨୦ ବର୍ଷ ଶାସନ କରି ରାଜ୍ୟର ବିକାଶକୁ ଠପ୍ କୁରିଦେଲେ । ସମବାୟ ଓ ଦୁଗ୍ଧଜାତୀୟ ସାମଗ୍ରୀ ପାଇଁ କିଛି କଲେ ନାହିଁ। କିନ୍ତୁ ମୁଁ ସେମାନଙ୍କୁ କହିଦେବାକୁ ଚାହୁଁଛି ଜନାଦେଶ ଲୋକଙ୍କ ଆଶୀର୍ବାଦ ।  ଆପଣଙ୍କ ଆଶୀର୍ବାଦ ଯୋଗୁଁ ୨୦ ଲୋକସଭା ଆସନରୁ ୨୦ଟିରେ ଜିତିଲୁ। ଆମେ ବିକାଶର ନୂଆ ଦିଗ ଦେଖାଇଲୁ , ନାଗରିକମାନଙ୍କୁ  ଅଧିକାର ଦେଲୁ।ଏବେ ଭାରତ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା ପାଲଟିଛି।

କଂଗ୍ରେସକୁ ବି ସମାଲୋଚନା କରିଛନ୍ତି ଶାହା। କଂଗ୍ରେସ ଦେଶର ରାଜନୀତିକୁ ନକରାତ୍ମକ ଦିଗକୁ ନେଉଛି।ଦିଲ୍ଲୀ ଏଆଇ ସମ୍ମିଳନୀରେ କଂଗ୍ରେସ ପୋଷାକ ଓହ୍ଲାଇ ଆନ୍ଦୋଳନ କଲା ।ଏହା ଦ୍ଵାରା ପୂରା ଦେଶ ନିନ୍ଦିତ ହେଲା।ଏଭଳି କରି କଂଗ୍ରେସ ନିଜର ପତନର କାହାଣୀ ଲେଖୁଛି।

Comments are closed.