ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ ।

0

ଭୁବନେଶ୍ୱର : ବଜେଟ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି । ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବାବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୯.୨% ରହିଛି । ୯.୨% ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା । ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ । ଜାତୀୟ ଅବଦାନ ୧୬.୮% ଥିବାବେଳେ ରାଜ୍ୟର ଅବଦାନ ୧୯.୬% ରହିଛି ।

ସେହିପରି ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ରହିଛି । ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ଜିଏସଡିପି ୯.୯ ଲକ୍ଷ କୋଟିରେ ପହଞ୍ଚିଛି । ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାର ଠାରୁ ଆଗରେ । ଜାତୀୟ ହାର ୭.୪ପ୍ରତିଶତ ରହିଥିବା ବେଳେ ଓଡ଼ିଶାର ହାର ୭.୯% ଆକଳନ କରାଯାଇଛି । ୫% ରୁ ବୃଦ୍ଧି ପାଇ ପୁଞ୍ଜି ବ୍ୟୟବରାଦ ୬.୬%ରେ ପହଞ୍ଚିବା ଟାର୍ଗେଟ୍ ରହିଛି । ଓଡ଼ିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬% ରହିବା ନେଇ ଆକଳନ କରାଯାଇଛି ।

Leave A Reply

Your email address will not be published.